Onn 3

ONN ପ୍ରଭାବ, ଖବର ପ୍ରକାଶ ପରେ ମରାମତି ହେଲା ବିପଦସଙ୍କୁଳ ବିଦ୍ୟୁତ୍ ସବ୍‌ଷ୍ଟେସନ

State

ଆଗରପଡ଼ା: ଗତ ୨ ତାରିଖ ସୋମବାର “ବିଦ୍ୟୁତ ସବଷ୍ଟେସନ ବିପଦସଙ୍କୁଳ” ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସାମାଜିକ କର୍ମୀ କୈଳାସ ପୃଷ୍ଟି ଉକ୍ତ ପ୍ରକାଶିତ ଖବରକୁ ଟ୍ୱିଟର ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଭାଗ ତରଫରୁ ଉକ୍ତ ବିଦ୍ୟୁତ୍ ସବ୍‌ଷ୍ଟେସନର ମରାମତି କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ; ବନ୍ତ ବ୍ଲକ ବିଦ୍ୟୁତ ବିଭାଗ ଅଧିନସ୍ଥ ଛୟାଳସିଂ ପଂଚାୟତ ଦୋଳସାହୀ ହରିଜନ ସାହିରେ ୧୬କେଭି ବିଦ୍ୟୁତ ସବଷ୍ଟେସନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପଶୁପକ୍ଷୀଙ୍କ ସମେତ ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଥିଲା । ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ସବଷ୍ଟେସନକୁ ସିଧା କରିବା ସହ ଏହାର ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବା ପାଇଁ ଶମ୍ଭୁନାଥ ଯେନା, ପଦ୍ମନାଭ ଜେନା, ଖଗେଶ୍ୱର ଜେନା, ଦିଲ୍ଲିପ ଜେନା, ଗୌତମ ଜେନା, ରଘୁନାଥ ଜେନା, ବାସୁଦେବ ଜେନା ଓ ଅନନ୍ତ ଜେନା ପ୍ରମୁଖ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଥିଲେ ।

ବିପଦ ସଙ୍କୁଳ ବିଦ୍ୟୁତ ସବଷ୍ଟେସନ