Onn 3

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ମୟୂରଭଞ୍ଜ ଗସ୍ତ, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ

State

ବାରିପଦା: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (କଟକ) ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ଭା. ପ୍ର. ସେ. ମୟୂରଭଞ୍ଜ ଗସ୍ତ ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ କାର୍ଯ୍ୟାଳୟ ର କାର୍ଯ୍ୟ ଧାରା ତଥା ସମ୍ପୃକ୍ତ ବିଭାଗ ଅନ୍ତର୍ଗତ ଉନ୍ନୟନ ଯୋଜନା ଓ ପ୍ରକଳ୍ପ ର ସ୍ଥିତି ଓ ଅଗ୍ରଗତି ସମ୍ଭନ୍ଧ ରେ ସମୀକ୍ଷା ଓ ନିରୀକ୍ଷଣ କରିଥିଲେ। ଏହି ଅବସରରେ କମିଶନର ଶ୍ରୀଯୁକ୍ତ ଦଳାଇ ମୟୁରଭଞ୍ଜ ଜିଲ୍ଲାପରିଷଦ, ମୟୂରଭଞ୍ଜ, ଜିଲ୍ଲା ସବ ରେଜିଷ୍ଟ୍ରାର, ଜିଲ୍ଲା ଅବକାରୀ ଅଧିକ୍ଷକ,ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାଧାରଣ ଯୋଗାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଉପବିଭାଗ କାର୍ଯ୍ୟାଳୟ ଗୁଡିକ ର କାର୍ଯ୍ୟ ଧାରା ନିରୀକ୍ଷଣ କରିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ନିଜ ନିଜ ବିଭାଗ ର କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ|

ଜିଲ୍ଲlପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ଇନ୍ସପେକ୍ସନ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀ କାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ବାରିପଦା ପୌରପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ପ୍ରମୁଖ ଙ୍କ ସମେତ ସମସ୍ତ ଡେପୁଟି କଲେକ୍ଟର ଓ ସମସ୍ତ ସହକାରୀ କଲେକ୍ଟର ଉପସ୍ଥିତ ଥିଲେ |