Onn 3

ସିକ୍କିମର ପ୍ରଳୟଙ୍କରୀ ବନ୍ୟା ନେଲା ୪୦ଜଣଙ୍କ ଜୀବନ, ୧୦୦ଜଣ ନିଖୋଜ୍

National & International

sik

ନୂଆଦିଲ୍ଲୀ: ସିକ୍କିମରେ ପ୍ରବଳ ବର୍ଷା ପରେ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଶୁକ୍ରବାର ସୁଦ୍ଧା ୪୦ଟି ମୃତଦେହ ମିଳିଛି। ଏମଧ୍ୟରେ ୭ଜଣ ଯବାନ ରହିଛନ୍ତି। ଏବେ ବି ୧୦୦ଜଣ ନିଖୋଜ୍ ଥିବା କୁହାଯାଉଛି।

ସିକ୍କିମର ବିଭିନ୍ନ ଅଞ୍ଚଳରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୦୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଏହି ବିପର୍ଯ୍ୟୟ ୨୨,୦୩୪ ଲୋକଙ୍କୁ ପ୍ରଭାବିତ କରିଛି। ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୬ଟି ରିଲିଫ୍‌ ଶିବିର ପ୍ରତିଷ୍ଠା କରିଛନ୍ତି। ଗ୍ୟାଙ୍ଗଟକ୍‌ ଜିଲ୍ଲାର ୮ଟି ରିଲିଫ୍‌ ଶିବିରରେ ମୋଟ୍‌ ୧୦୨୫ ଜଣ ଆଶ୍ରୟ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସିକ୍କିମରେ ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ଏହା ଫୁଲି ଉଠିଥିଲା ଏବଂ ତିସ୍ତା ନଦୀରେ ଜଳସ୍ତର ଭୟାନକ ଭାବେ ବୃଦ୍ଧି ପାଇଥିଲା। ସେନାର ପୂର୍ବ କମାଣ୍ଡ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଚୁଙ୍ଗତଙ୍ଗ ଡ୍ୟାମ୍‌ରୁ ସେହି ସମୟରେ ପାଣି ଛଡ଼ାଯିବାରୁ ଜଳସ୍ତର ହଠାତ୍‌ ୧୫-୨୦ ଫୁଟ୍‌ ଉଚ୍ଚତାକୁ ବୃଦ୍ଧି ପାଇଥିଲା। ଏହା ଫଳରେ ସିଙ୍ଗତମ ନିକଟସ୍ଥ ବାରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡ଼ି ଭାସି ଯାଇଥିଲା। ଫଳରେ ୨୩ ଯବାନ ନିଖୋଜ ‌ହୋଇଯାଇଥିଲେ। ଏହା ସହିତ ଶତାଧିକ ସ୍ଥାନୀୟ ବାସିନ୍ଦା ଭାସିଯାଇଥିଲେ।