Onn 3

ସମ୍ପୂର୍ଣ୍ଣ ହେଲା ୩ଗୋଟି ସବ୍‌ଷ୍ଟେସନ ସୁରକ୍ଷା ପାଚେରୀ ନିର୍ମାଣ

State

ଆଗରପଡ଼ା:ଗତ ଅଗଷ୍ଟ ମାସରେ ବିଭିନ୍ନ ଗଣମାଧ୍ୟମରେ“ସବ୍‌ଷ୍ଟେସନ ବିପଦ ସଙ୍କୁଳ ”ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ସବ୍‌ଷ୍ଟେସନର ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଇତି ମଧ୍ୟରେ ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ବନ୍ତ ବିଦ୍ୟୁତ୍ ବିଭାଗ ଅଧିନସ୍ଥ ଓଡ଼ଙ୍ଗ ଗ୍ରାମପଂଚାୟତର ଓଡ଼ଙ୍ଗ ଗ୍ରାମରେ ୬୩କେଭିର ଗୋଟିଏ ଏବଂ ୧୦୦କେଭିର ୨ଟି ଏହିପରି ୩ଗୋଟି ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ଥିଲା । ଯାହାକି ମଣିଷ ଏବଂ ଗାଈ ଗୋରୁଙ୍କ ପାଇଁ ବିପଦ ସାଜିଥିଲା । ଉକ୍ତ ସବ୍‌ଷ୍ଟେସନ ଉପରେ ୨୫୦ରୁ ଉର୍ଦ୍ଧ ଉପଭୋକ୍ତା ନିର୍ଭର କରୁଥିବା ବେଳେ ଏହା ଜାମବଣି ଟିଲୋ ଆରଡ଼ି ରାସ୍ତାରେ ପାଶ୍ୱର୍କୁ ଲାଗିକି ରହିଛି ।

ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ିକୁ ଯିବା ଆସିବା କରନ୍ତି । ଶତାଧିକ ଯାନବାହାନ ମଧ୍ୟ ଯିବା ଆସିବା କରେ । ଉକ୍ତ ସମସ୍ୟାକୁ ନେଇ ଗ୍ରାମର ବିଜୟ ଜେନା, ହରିହର ମଣ୍ଡଳ, କପିଳେନ୍ଦ୍ର ପଡ଼ିଆରୀ, ନୀଲେଶ ବାରିକ, ହାଡ଼ିବନ୍ଧୁ ଦାସ,ବଳିଆ ଦାସ ଓ ନାରାୟର ମଳିକ ପ୍ରମୁଖ ୩ଗୋଟି ସବ୍‌ଷ୍ଟେସନର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ଦାବି କରିଥିବା ଖବର ଗତ ଅଗଷ୍ଟ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ୩ଗୋଟି ସବ୍‌ଷ୍ଟେସନର ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇଥିବାର ଜଣାପଡ଼ିଛି ।