Img 20240707 Wa0216

ମାତଂଗିନୀ ମିଶ୍ରଙ୍କ ପୁସ୍ତକ “ଭକ୍ତି ସୁମନ” ଲୋକାର୍ପିତ

State
ବାରିପଦା (୦୭/୦୭) :  ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ “ଉତ୍ତରା ପ୍ରକାଶନୀ”,ଉଦଳା ଦ୍ବାରା ଶିକ୍ଷୟିତ୍ରୀ ଏବଂ ସାରସ୍ବତ ସାଧିକା ମାତଂଗିନୀ ମିଶ୍ରଂକ ଗୀତି କବିତା ସଂକଳନ ପୁସ୍ତକ “ଭକ୍ତି ସୁମନ” ଉନ୍ମୋଚନ ଏବଂ ଲୋକାର୍ପଣ ହୋଇଯାଇଛି । କଣ୍ଠଶିଳ୍ପୀ ସୁଲଗ୍ନା ଶତପଥି, ମମତାମୟୀ ଭୋଇ ଓ ଜାହ୍ନବୀ ପୁଟୀଂକ ଦ୍ବାରା ପରିବେଶିତ ଜଗନ୍ନାଥ  ଭଜନ ବେଶ୍ ମନଛୁଆଁ ହୋଇଥିଲା  ।
ଏହି ପୁସ୍ତକ ଉନ୍ମୋଚନ ଏବଂ ଲୋକାର୍ପଣ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଡ. ସୁଶାନ୍ତ ବସା,  ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ରବୀନ୍ଦ୍ର କୁମାର ଶତପଥି, ସମ୍ମାନିତ ଅତିଥି ଭାବେ  ବର୍ଷୀୟାନ ସାରସ୍ବତ ସାଧକ ତଥା ବଳାଂଗୀ ମହୋତ୍ସବର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ, ପ୍ରଫେସର ଦୋଳ ଗୋବିନ୍ଦ ମହାନ୍ତ, ପଂଚଭାଷୀ ଶିଶୁ ସାହିତ୍ୟିକ ତଥା ଗୀତିକାର ଶିକ୍ଷାବିତ୍ ଶ୍ରୀକାନ୍ତ ପ୍ରସାଦ ବେହେରା, ସାହିତ୍ୟିକ ପଦ୍ମନାଭ ସାହୁ ଯୋଗାଦାନ କରି ଶ୍ରୀମତୀ ମିଶ୍ରଂକ ପ୍ରତିଟି ସାହିତ୍ୟ ସୃଷ୍ଟିର ପ୍ରଶଂସା କରିଥିଲେ । ସମୀକ୍ଷକ ଭାବେ ବର୍ଷିୟାନ ସାରସ୍ବତ ସାଧକ ପ୍ରବଚକ ପଣ୍ଡିତ ଭାଗବତ ପଣ୍ଡା ପୁସ୍ତକ ଓ ପ୍ରକାଶକକୁ ପ୍ରଶଂସା କରିବା ସହ ଜଗନ୍ନାଥ ଦର୍ଶନ, ସଂସ୍କୃତି ଓ କଥାମୃତକୁ ଶ୍ରୀମତୀ ମିଶ୍ରଂକ ପ୍ରତିଟି ଗୀତିକବିତାର ପ୍ରଶଂସା କରିଥିଲେ । ଶେଷରେ ପୁସ୍ତକର ରଚୟିତା କବୟିତ୍ରୀ  ମାତଂଗିନୀ ମିଶ୍ର ନିଜ ଜୀବନ ଯାତ୍ରା, ପାରିବାରିକ ଜୀବନ ସହ ସ୍ବାମୀ ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ ରଣଜିତ୍ ପାଢୀ ଓ ଦୁଇ କନ୍ୟା ରତ୍ନଂକ ସହଯୋଗ ସହିତ ସାହିତ୍ୟ ଯାତ୍ରା ଓ ସମସ୍ତ ସଫଳତାର ଶ୍ରେୟ ପ୍ରଭୁ ଜଗନ୍ନାଥଂକୁ ଦେଇଥିଲେ ଏବଂ ସମସ୍ତ ଉପସ୍ଥିତ ସାହିତ୍ୟ-ପ୍ରେମୀକୁ ଧନ୍ୟବାଦ ଦେବାସହ ପ୍ରକାଶନର ଦାୟିତ୍ବ ଭାର ମୁଣ୍ଡାଇଥିବା  ଏହି ସଭାର ସଂଚାଳକ ଇଂ. ସୁଶାନ୍ତ ବେହେରାଂକୁ ଅଶେଷ  ଧନ୍ୟବାଦ ଓ ଶୁଭେଛା ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଡଃ ମାଣିକ ଚନ୍ଦ୍ର ମହାତୋ, ଅଧ୍ୟାପିକା କଳ୍ପନା ମହାନ୍ତ, ଡଃ ରମେଶ ପାଣିଗ୍ରାହୀ, ଶିକ୍ଷାବିତ ବିଦ୍ୟାଧର ଜେନା, ମମତା ଦାସ, ଅଞ୍ଜଳି ପଣ୍ଡା, ନାଟ୍ୟକାର କ୍ଷୀରୋଦ ଶିଟ, ପ୍ରଫେସର ସରୋଜ ନାୟକ, ଅଭିନେତା ଅଶୋକ ପଟ୍ଟନାୟକ, ସୋମନାଥ ସିଂହ, ବରେନ୍ଦ୍ର ମହାନ୍ତି, ଅନ୍ନଦା ଦାଶ, ସତ୍ୟାନନ୍ଦ ଶେଜପଡା ପ୍ରମୁଖ ଉପସ୍ଥିତ ଥିଲେ I