Onn 3

ରୁଟିରେ ଜଗନ୍ନାଥ, ଦେଖିବାକୁ ଗହଳି

State

ଆଗରପଡ଼ା: ରୁଟିରେ ଜଗନ୍ନାଥଙ୍କ ଆକୃତିର ଚିତ୍ର ଦେଖାଯିବା ପରେ ଘଟଣା ଆଲୋଚନାର ବିଷୟ ହୋଇପଡ଼ିଛି । ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ ମଙ୍ଗୁଲି ଗ୍ରାମରେ ସବୁଦିନ ପରି ଶୁକ୍ରବାର ରାତିରେ ସୁବ୍ରତ ରାଉତଙ୍କ ସ୍ତ୍ରୀ ଅନୁରୂପା ଘରେ ଖାଇବା ପାଇଁ ରୁଟି ପ୍ରସ୍ତୁତ କରୁଥିଲେ । ପ୍ରଥମ ରୁଟି ସେକୁଥିବା ବେଳେ ହଠାତ୍ ଜଗନ୍ନାଥଙ୍କ ଆକୃତିରେ ଏକ ଚିତ୍ର ରୁଟି ଉପରେ ଅନୁରୂପା ଦେଖିବାକୁ ପାଇଥିଲେ । ପରେ ସେ ଏହି କାର୍ଯ୍ୟ ଛାଡ଼ି ଅନ୍ୟମାନଙ୍କୁ ଡ଼ାକିଥିଲେ ।

ଏହି କଥା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା । ପରେ ଜଗନ୍ନାଥଙ୍କ ଆକୃତି ଥିବା ରୁଟିକୁ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ । ଏହିପରି ଘଟଣାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ ମତାମତ ଦେଉଥିବା ଶୁଣିବାକୁ ମିଳିଥିଲା ।