Onn 3

ଆବାସ ଯୋଜନାରେ ଅନିୟମିତତା, ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ

Politics State

ଆଗରପଡ଼ା:ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତରେ ଆବାସ ଯୋଜନାରେ ନାନାଦି ଅନିୟମିତତା ହୋଇଥିବାର ଶନିବାର ବ୍ଳକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁଙ୍କ ଦ୍ୱାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଅଭିଯୋଗ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଅନେକ ପ୍ରକୃତ ହିତାଧିକାରୀଙ୍କ ନାଁ କୁ ଆବାସ ଯୋଜନାରୁ ବାଦ ଦିଆଯିବା ସହ ଥିଲାବାଲା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଆବାସ ବଣ୍ଟନ କରାଯାଇଛି । ଅନେକ ପୁରୁଣା ଘରକୁ ଦେଖାଯାଇ ବିଲ କରାଯାଇଥିବା ସହ ସୂଚନା ଅଧିକାର ଆଇନରେ ଆବାସ ବଣ୍ଟନର ତଥ୍ୟ ମାଗିଲେ ଜନ ସୂଚନା ଅଧିକାରୀ ସୂଚନା ପ୍ରଦାନ କରୁନଥିବା ମଧ୍ୟ ଶ୍ରୀ ମଣ୍ଡଳ ଅଭିଯୋଗ କରିଥିଲେ । ତତ୍ ସହିତ ଗତ ଜିଛି ଦିନ ତଳେ ଉକ୍ତ ପଂଚାୟତ ଅନ୍ତର୍ଗତ ସରମରା ସ୍ଥିତ ଗ୍ରାମ୍ୟ ଜଙ୍ଗଲରୁ ବେନିୟମ ଭାବେ ଗଛ କଟାଯାଇଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର କୌଣସି ବିଧିବଦ୍ଧ ତଦନ୍ତ କରାଯାଉନଥିବାରୁ ଏହାର ତଦନ୍ତ କରାଯିବା ପାଇଁ ଦାବି କରିଥିଲେ ।

ସେହିପରି ୫-ଟିରେ ଅର୍ନ୍ତଭୂକ୍ତ ହାଇସ୍ଖୁଲରେ ସରକାରୀ ନିୟମାନୁସାରେ କାର୍ଯ୍ୟ କରାଯାଇନଥିବାରୁ ତାହାର ତଦନ୍ତ କରାଯିବା ଦରକାର ବୋଲି ପ୍ରକାଶ କରିବା ସହ ଏହିପରି ନାନାଦି ଅନିୟମିତତାକୁ ନେଇ ଆଗାମୀ ୬ ତାରିଖରେ କଂଗ୍ରେସ ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ଜେନା,ହରିହର ମଣ୍ଡଳ,ପଂଚାୟତ ସଭାପତି ଶରତ ପଲେଇ,ଚକ୍ରଧର ରାଉତ,ଜଗବନ୍ଧୁ ମଣ୍ଡଳ,ରାଜେଶ ବାରିକ,କୃଷ୍ଣ ମହାନ୍ତି,କମଳା ନାୟକ,ତପନ ବୋଇତି,ଜିତେନ୍ଦ୍ର ପୁହାଣ,ବାପି ଜେନା,ବଳରାମ ଲେଙ୍କା,ଗତାସ ଦାସ,ନିଲେସ ବାରିକ,ରବିନ୍ଦ୍ର ମଲ୍ଲିକଙ୍କ ସମେତ ପଂଚାୟତ ସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ ।