Screenshot 2024 07 28 183359 750x430

ବାରବାଟୀ ସଂପ୍ରସାରଣ ପ୍ରସଙ୍ଗ: କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

State

ଭୁବନେଶ୍ୱର: ବାରବାଟୀ ସଂପ୍ରସାରଣ ପ୍ରସଙ୍ଗରେ ଓସିଏ ସଂପାଦକଙ୍କ ଆସିଲା ପ୍ରତିକ୍ରିୟା। କଟକ ମେୟରଙ୍କୁ ଓସିଏ ସଂପାଦକ କଲେ ସମାଲୋଚନା। ଆଜି କଟକ ମେୟର ସୁବାସ ସିଂଙ୍କ ଉପରେ ବର୍ଷିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସୁବାସଙ୍କୁ ସମାଲୋଚନା କରି ସଞ୍ଜୟ କହିଛନ୍ତି ଯେ, କ୍ରିକେଟରେ ରାଜନୀତି ପୂରାଇବା ଉଚିତ ନୁହେଁ ।

ବାରବାଟୀ ସଂପ୍ରସାରଣ ବାବଦରେ ପୂର୍ବ ସରକାରଙ୍କ ସହ କୌଣସି ପ୍ରକାରର ଚୁକ୍ତି ହୋଇନଥିଲା ବୋଲି ସଞ୍ଜୟ ଗଣମାଧ୍ୟମରେ କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କୌଣସି ଚୁକ୍ତି କିମ୍ବା କୌଣସି ବ୍ୟୟବରାଦ ମଧ୍ୟ ହୋଇନଥିଲା। ପୂର୍ବ ସରକାର ଆନୁଷଙ୍ଗିକ ସାହାଯ୍ୟ ଯୋଗାଇବେ ବୋଲି କହିଥିଲେ। କିନ୍ତୁ ଏନେଇ କୌଣସି ଲିଖିତ ଚୁକ୍ତିନାମା ହୋଇନଥିଲା ବୋଲି କିଛନ୍ତି ସଞ୍ଜୟ।

BCCI ଓ OCA ସହଯୋଗରେ ଷ୍ଟାଡିଅମ ସଂପ୍ରସାରଣ ହୋଇଥାଆନ୍ତା। ସୂଚନାଯୋଗ୍ୟ, ଗତକାଲି କଟକ ମେୟର ସୁବାସ ସିଂ କଟକ ବାରବାଟି ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦେବା ସହ ଶାସକ ଦଳକୁ ଟାର୍ଗେଟ୍ କରିଥିଲେ। ଗୃହରେ ବିଧାୟିକା ସୋଫିଆଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀଙ୍କ ତଥ୍ୟ ସଂପୂର୍ଣ୍ଣ ଠିକ୍ ଓ ବାରବାଟୀକୁ ନେଇ କୌଣସି ରାଜନୀତି କରା ନଯାଉ ବୋଲି କହିଛନ୍ତି ସଞ୍ଜୟ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।