Srwae

ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅନ୍ତର୍ଗତ ବିରିଡ଼ିହି ଗ୍ରାମର ଅଭିମନ୍ୟୁ ଘଡ଼େଇଙ୍କ ସ୍ତ୍ରୀ ମଂଜୁଲତା ଘଡ଼େଇଙ୍କ ଚିଜିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବାର ଜଣାପଡ଼ୁଛି । ଅଭିମନ୍ୟୁଙ୍କ ଅଭିଯୋଗ ଅନୁଯାୟୀ;ରବିବାର ସଂଧ୍ୟାରେ ତାଙ୍କ ସ୍ତ୍ରୀ ମଂଜୁଲତା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସେ ତାଙ୍କୁ ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ଅଭିମନ୍ୟୁ ମୁଖ୍ୟ ଚିକିତ୍ସାଳୟରେ ମଂଜୁଲତାକୁ ଆଡ୍‌ମିଟ କରିବା ପରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଚିକିତ୍ସାକୁ ତ୍ୱରାନ୍ନିତ କରିବା ପାଇଁ କାର୍ଯ୍ୟରେ ନିୟୋଜିତ ଥିବା ଡ଼ାକ୍ତରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଚିକିତ୍ସାରେ ଅବହେଳା କରିଥିଲେ ଏବଂ ବିଳମ୍ବିତ ରାତ୍ରୀରେ ତାଙ୍କର ଅପରେସନ କରାଯିବ ବୋଲି କହି ଅପରେସନ ଗୃହରେ ପ୍ରବେଶ କରାଇବା ସହ ଅଭିମନ୍ୟୁଙ୍କ ଅନୁମତି ନେଇଥିଲେ । ଏବଂ ପରବର୍ତ୍ତୀ ମୁହୁର୍ତ୍ତରେ ମଂଜୁଲତାଙ୍କ ମୁତ୍ୟୁ ହୋଇଥିବା ପ୍ରକାଶ କରିଥିଲେ ।

ତେଣୁ ମଂଜୁଲତାଙ୍କ ଚିକିତ୍ସାରେ ଅବହେଳା ଗତ ମୃତ୍ୟୁ ହୋଇଥିବା ନେଇ ଅଭିମନ୍ୟୁ ଗ୍ରାମାଚଂଳ ଥାନାରେ ଅଭିଯୋଗ କରିବା ସହ ଉକ୍ତ ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରପକ୍ଷରେ ଉକ୍ତ ଖବର ପ୍ରଚାର ହେବା ପରେ ମୃତାଙ୍କ ପରିବାର ସଦସ୍ୟମାନେ ମୁଖ୍ୟ ଚିକିତ୍ସାଳୟକୁ ଆସି ଏହାର ପ୍ରକୃତ କାରଣ ଓ ଏଥିରେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଉକ୍ତ ଘଟଣାକୁ ନେଇ ଖଟଣାସ୍ଥଳରେ ଏକ ଉତ୍ତେଜନା ପୁର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ପରିବେଶ ଶାନ୍ତ ପଡ଼ିନଥିଲା । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପରିବେଶ ଶାନ୍ତ ପଡ଼ିଥିଲା ।