ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ରାଜ୍ୟ
ବାରିପଦା-  ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ସିଆଜାଙ୍ଗ ଗ୍ରାମରେ ଜଣେ ନାବାଳିକା ଝିଅର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର । ସୂଚନାଯୋଗ୍ୟ ସିଆଜାଙ୍ଗ ଗ୍ରାମର  ଖେଲାରାମ ଟୁଡୁଙ୍କ ୧୪ ବର୍ଷିୟା ଝିଅ ପାଉଁରା ଟୁଡୁ (୧୪)  ମାନସିକ ଭାରସାମ୍ୟ ହରାଇ ଘର ଭିତରେ ଓଢଣୀରେ ଫାଶି ଲଗାଇ ଝୁଲି ଯାଇଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରିଛି । ବାଳିକା ଜଣକ ବଡ଼ ଡାଳିମା ପାର୍ବତୀ ଉଚ୍ଚ  ବାଳିକା ବିଦ୍ୟାଳୟର ୯ ମ ଶ୍ରେଣୀ ଛାତ୍ରୀ । ତାଙ୍କର ମୃତ୍ୟୁ କୁ ନେଇ ଗାଁ ରେ ଶୋକରେ ଛାୟା ଖେଳିଯାଇଛି ।
Shrutilipi ad