Onn 3

ବୃତ୍ତି ପରୀକ୍ଷାରେ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ସଫଳତା

State

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା  ଗରଦପୁର ଶିକ୍ଷା ମଣ୍ଡଳଦ୍ବାରା  ପରିଚାଳିତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଗରଦପୁର ବ୍ଲକ ଅନ୍ତର୍ଗତ ବଡବେତରା ଗ୍ରାମ ପଞ୍ଚାୟତର ବଡବେତରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାପାତ୍ର ସଫଳତା ଅର୍ଜନ କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ପ୍ରଜ୍ଞା ପ୍ରିୟଦର୍ଶିନୀ ଜଣେ ମେଧାବୀ ଛାତ୍ର | ତାଙ୍କର ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି | ପ୍ରଜ୍ଞା ପ୍ରିୟଦର୍ଶିନୀ ହଉଛନ୍ତି ବଡ଼ବେତରା ଗ୍ରାମର ସୁଶାନ୍ତ କୁମାର ମହାପାତ୍ରଙ୍କ ଝିଅ |