Onn 3

ବିଜୁ ମହିଳା ଜନତା ଦଳ, ମୟୂରଭଞ୍ଜ -୧ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Politics State

ବାରିପଦା: ବିଜୁ ମହିଳା ଜନତା ଦଳ, ମୟୂରଭଞ୍ଜ -୧ ତରଫରୁ ସ୍ଥାନୀୟ ଶହୀଦ୍ ସ୍ମତି ଭବନ, ବାରିପଦାଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ଗୋଲେଇଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା – ୧ ବିଜୁ ମହିଳା ଜନତା ଦଳ ସଭାପତି ଦୀପ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ସାଙ୍ଗଠାନିକ ଜିଲ୍ଲା ମଧ୍ୟରେ ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୬ ଗୋଟି ବ୍ଲକର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଉକ୍ତ କର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାପତି ତଥା ବିଧାୟିକା (ଅତାବିରା ) ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ଆଗାମୀ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀଭାବେ ପ୍ରତିଷ୍ଠିତ କରିବା ପାଇଁ ସାଙ୍ଗଠାନିକ ଜିଲ୍ଲାର ୫ ଗୋଟି ବିଧାନସଭା ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପଡିବ, ସେଥିପାଇଁ ଆଜି ପ୍ରତ୍ୟେକ ମହିଳା କର୍ମୀ ସଂକଳ୍ପ ନେବା ଦରକାର ସେମାନେ ପଞ୍ଚାୟତ ବା ସହରର ୧୦ ଗୋଟି ଘରକୁ ଯୋଗାଯୋଗ ସ୍ଥାପନ ରଖିବେ । ଅନ୍ୟତମ ଅତିଥିଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ତାଙ୍କ ଅଭିଭାଷଣରେ ମୟୂରଭଞ୍ଜ ଜିଲ୍ଲାର ମାଆ ମାନେ ଏଥର ରେକର୍ଡ ସଂଖ୍ୟକ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ମାତ୍ରାରେ ଜିତାଇବେ । ଅନ୍ୟତମ ଅତିଥି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମହୋଦୟା ମାଆମାନେ କିପରି ନିଜେ ବିଜୁ ଜନତା ଦଳ ସରକାରରେ ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ଆଲୋକପାତ କରିଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥିଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୋରଡା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାଶ, ଅନୁସୂଚିତ ଜାତି, ଜନଜାତି ଏଂବ ସଂଖ୍ୟା ଲଘୁ ଉନ୍ନୟନ ବିଭାଗର ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବମ , ବାରିପଦା ପୌରପରିଷଦର ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦାଃ, ମୟୂରଭଞ୍ଜ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡିତ, ପୂର୍ବତନ ଉପ-ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳର ମୁଖ୍ୟ ସଚିବ କସ୍ତୁରୀ ମହାପାତ୍ର, ଭୂବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାରତୀ ସିଂ, ରାଜ୍ୟ କୃଷି ନିଗର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ସୁବ୍ରମଣ୍ୟମ ମହାନ୍ତି, ଯୋଜନା ବୋର୍ଡ ଏକ୍ସପୋର୍ଟ କମିଟି ସଦସ୍ୟ ଜିତେନ୍ଦ୍ର ମହାନ୍ତି, ରାଜ୍ୟ ବିଜୁ ମହିଳା ଜନତା ଦଳର ସାମାଜିକ ଗଣ ମାଧ୍ୟମର ସଂଯୋଜିକା ତଥା ଭୂବନେଶ୍ୱର ମହାନଗର ନିଗମର କର୍ପୋରେଟର ମାନସୀ ସୁନ୍ଦରରାୟ, ବିଜୁ ମହିଳା ଜନତା ଦଳ ଜୋନାଲ ସଭାପତି ବୀଣାପାଣି ସାହୁ, ସବିତା ହାଁସଦ. ବାରିପଦା ପୌରପରିଷଦର ଉପ-ନଗରପାଳ ସୀମା ଦାସ, ଶ୍ରାବଣୀ ଦାସ, ସବିତା ବେହେରା, ପ୍ରୀତିନନ୍ଦା କାନୁନଗୋ, ଶତଦଳ ମହାନ୍ତ, ସମ୍ପା ମଜୁମଦାର, ଉଦଳା ଏନ.ଏ.ସିର ଉପ-ନଗରପାଳ ଲିଲି ଭୋଳଙ୍କ ସମେତ ଜିଲ୍ଲାର ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ଆଜିର ଏ କାର୍ଯ୍ୟକାରିଣୀ ବୈଠକରେ ଶିକ୍ଷକତା ପେଷାରୁ ଅବସର ଗ୍ରହଣ କରି ଶ୍ରୀମତୀ ଅଞ୍ଜନା ବେହେରା ଶତାଧିକ ସମର୍ଥକଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଆଜିର ବୈଠକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବୀ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ।