Onn 3

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଫାର୍ମାସିଷ୍ଟଙ୍କ ହାତରେ ରୋଗୀ ସେବା

State

ଆଗରପଡ଼ା:୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ଅର୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ଉନ୍ନତିର କାର୍ଯ୍ୟ ଚାଲିଥିବା ବେଳେ ଡ଼ାକ୍ତରଙ୍କ ପରିବର୍ତ୍ତେ ଫାର୍ମାସିଷ୍ଟ ରୋଗୀ ସେବା କରିବା ଆଲୋଚନାର ବିଷୟ ପାଲଟିିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ । ଅଭିଯୋଗ ଅନୁଯାୟୀ;ଶନିବାର ସକାଳ ସମୟରେ(ପ୍ରାୟ୯.୩୦ମିନିଟ୍‌)ରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପାଖାପାଖି ୧୫୦ଜଣ ରୋଗୀ ନାମ ପଂଜୀକରଣ କରିଥିବା ସ୍ଥଳେ ବର୍ହିଃବିଭାଗ(ଓପିଡ଼ି)ରେ କୌଣସି ଡ଼ାକ୍ତର ଉପସ୍ଥିତ ନଥିବା ହେତୁ ଫାର୍ମାସିଷ୍ଟ ଡ଼ାକ୍ତରଙ୍କ କାର୍ଯ୍ୟକକ୍ଷରେ ରୋଗୀ ସେବା କରୁଥିବାର ଦେଖିବାକୁ ମିଳିଥିଲା । ଉକ୍ତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ଭାରାପ୍ରାପ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହାର କାରଣ ଖୋଜିବାରେ ଲାଗିପଡ଼ିଥିବା ବେଳେ ରୋଗୀ ସେବା ନିମନ୍ତେ ନିୟୋଜିତ ଡ଼ାକ୍ତର ୨ଘଣ୍ଟା ବିଳମ୍ବରେ ଆସି ରୋଗୀ ସେବା ଆରମ୍ଭ କରିଥିବା ବେଳେ ଅନ୍ୟ ଜଣେ ଡ଼ାକ୍ତର ବିଳମ୍ବର ବିଭିନ୍ନ କାରଣ ବଖାଣିବାରେ ଲାଗିଥିଲେ ।

ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ତିନି ଜଣ ବିଶେଷଜ୍ଞ ଡ଼ାକ୍ତର ଓ ଦୁଇ ଜଣ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପ।।ଇଥିବା ସ୍ଥଳେ ସେମାନଙ୍କ ପରିବର୍ତ୍ତେ ଆୟୁଷ ଡ଼ାକ୍ତର ଭୋଗୀ ସେବା କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଦନ୍ତ ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ଡ଼ାକ୍ତର ସମୟାନୁସାରେ ଅନୁପସ୍ଥିତ ରହୁଥିବାରୁ ଦନ୍ତ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଠିକ୍ ଭାବେ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ଯଦିବି ସେ ଉପସ୍ଥିତ ରହୁଛନ୍ତି ଦନ୍ତ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଉପକରଣ ନଥିବା ଆଳରେ ଫେରାଇ ଦେଉଥିବାରୁ ରେଗୀ ଦନ୍ତ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ଦନ୍ତ ଚିକିତ୍ସା ନିମନ୍ତେ ଉପଲବ୍ଧ ଥିବା ଲକ୍ଷଲକ୍ଷ ଟଙ୍କାର ସରଂଜାମ ଖତ ଖାଉଥିବା ବେଳେ ବିଭାଗୀୟ ଡ଼ାକ୍ତର କେଉଁ ଉଦ୍ଦେଶ୍ୟରେ ରୋଗୀ ସେବା କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ବିଭାଗୀୟ ଅଧିକାରୀ ରୋଗୀଙ୍କୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Photo1 for the News of Medical