Img 20241016 Wa0162

ବ୍ୟକ୍ତିତ୍ୱ ବିକାଶ ଶିବିର ଜାଗୃତି ଉଦଯାପିତ

State
  • କାଜଲ ମହାନ୍ତି ଓ ଅବିନାଶ ବେହେରା ସର୍ବଶେଷ୍ଠ ଶିବିରାର୍ଥୀ

ବାରିପଦା:

କୌଣସି ପିଲାକୁ ସଂସ୍କାରିତ ଓ ଶୃଙ୍ଖଳିତ କରାଇବାରେ  ପରିବାରର ଯେତିକି କର୍ତ୍ତବ୍ୟ ଅଛି  ସେତିକି ଏ ସମାଜର ମଧ୍ୟ l ଧୀରେ ଧୀରେ ପିଲାମାନେ ଆମ ସଂସ୍କୃତି ଓ ସଂସ୍କାର ଠାରୁ ଦୁରେଇ ଯାଉଛନ୍ତି l ଯାହାକି ଚିନ୍ତାର ବିଷୟ ବୋଲି ଆଜି ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର – ଜାଗୃତିର ଉଦଯାପିତ ଉତ୍ସବରେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ କହିଥଲେ  l
ତିନି ଧରି ଚାଲିଥିବା ସ୍କୁଲ ପିଲାଙ୍କ ଏହି ଶିବିରରେ ମହାରାଣୀ ପ୍ରେମ କୁମାରୀ ସରକାରୀ ଉଚ୍ଚ ବିଦ୍ୟାଳୟର କାଜଲ ମହାନ୍ତି ଓ ଭଂଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅବିନାଶ ବେହେରା ସର୍ବଶ୍ରେଷ୍ଠ  ଶିବିରାର୍ଥୀ ଓ ଦେବାଂଶୁ ମାଈତିଙ୍କୁ ସର୍ବଶ୍ରେଷ୍ଠ ସେବକ ରୂପେ ପୁରସ୍କୃତ କରାଯାଇଥିଲା l
 ସଚ୍ଚିଦାନନ୍ଦ ଗୁରୁକୁଳ ଓ  ଶ୍ରୀ ଅଭିରାମ ପରମହଂସ ବେଦ ବେଦାନ୍ତ ସ୍କୁଲକୁ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ସମ୍ମାନିତ କରାଯାଇଥିଲା l
ସଭାପତି ବିଜୟ ଲେଙ୍କାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଚିନ୍ମୟ ମିଶନ ବାଲେଶ୍ୱରର ଆଚାର୍ଯ୍ୟ ବହ୍ମଚାରୀ ଅଗସ୍ଥ୍ୟ ଚୈତନ୍ୟ, ଯୋଗଗୁରୁ ରାକେଶ ମହାନ୍ତ, ସମାଜସେବୀ ନିରୋଜ ପୁଥାଳ, ଚିନ୍ମୟ ମିଶନ  ରାଉଲକେଲାର ଆଚାର୍ଯ୍ୟ ବ୍ରହ୍ମଚାରୀ ପ୍ରତିଭା ଚୈତନ୍ୟ, ଶିକ୍ଷବିତ ହୃଦାନନ୍ଦ ଆଚାର୍ଯ୍ୟ ଅତିଥିରୂପେ ଯୋଗ ଦେଇଥିଲେ l ଅବସରପ୍ରାପ୍ତ ନର୍ସିଙ୍ଗ ନିର୍ଦେଶକ ଡା ପ୍ରାଣକୃଷ୍ଣ ବେହେରା, ପୂର୍ବତନ ଆୟକର ଅଧିକାରୀ ତପନ ପଟ୍ଟନାୟକ, ଓ. ଆର. ଡି ସଂସ୍ଥାର ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି, ମୟୁରଭଞ୍ଜ କ୍ରୀଡା ଆସୋସିଏସନର ସମ୍ପାଦକ ବିଜୟ ଦାସ, ପ୍ରଦୀପ ମହାନ୍ତି, କ୍ରିଷ୍ନା ଘୋଷ, ଇନ୍ଦିରା ଜେନା, ସ୍ବର୍ଣ୍ଣଲତା ସାହୁ, ଶକୁନ୍ତଳା ପାଲ, ସ୍ନେହଲତା ବେରା, ସତ୍ୟଜିତ ପାଲ ବିଜେତାଙ୍କୁ ପୁରସ୍କୃତ କରିଥିଲେ l ସମ୍ପାଦକ ଅଜିତ ବେହେରା ଶିବିର ପରିଚାଳନା କରିଥିଲେ l ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
 ଚିନ୍ମୟ ମିଶନ ପରିବାରର  ଦିବଂଗତ ସଦସ୍ୟ ପ୍ରୋମଦିନି ପଟ୍ଟନାୟକ, କୃପାସିନ୍ଧୁ ସିଂ, ଦାମନ ନାୟକ, ସାରଦାପ୍ରସନ୍ନ ମହାନ୍ତି, ଗୋବିନ୍ଦ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l
ଶିବିରର ଅନ୍ତିମ ଦିବସରେ ଶିବି୍ରାର୍ଥୀଙ୍କ ମାଆ ମାନଙ୍କୁ ନେଇ ଏକ ମାତୃପୂଜା ଆୟୋଜନ କରାଯାଇଥିଲା l ବିବେକାନନ୍ଦ ଦାସ,  ଲଷ୍ମୀ ପାଣି, ସୁରତିବଳା ଦାସ, ବିଷ୍ଣୁପଦ ବେରା, ସବ୍ୟସାଚୀ ପଲେଇ, ସ୍ଵାଗତିକା ସାହୁ,  ସର୍ବେଶ୍ୱର ବେହେରା, ହିମାଂଶୁ ପାଣି,   ପଲକ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଶିବାଙ୍ଗି ଖଣ୍ଡେଲୱାଲ ଓ ଅନ୍ୟଶା ଗିରି ନୃତ୍ୟ ପ୍ରଦର୍ଶନ କରିଥିଲେ l