ବାରିପଦା – ପୂର୍ବେ ଶିମିଳିପାଳରୁ ବାହାରିଥିବା ଜଳଧାରଣା କ୍ଷମତା ସଂମ୍ପନ୍ନ ଚିରସ୍ରୋତା ନଦୀ ଗୁଡିକର ପୁନଃରୁଦ୍ଧାର ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଦ୍ୱାରା ଏବେ ସେଗୁଡିକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ, ଯଦ୍ୱାରା ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି,ମାତ୍ର ବିଗତ ଓ ବର୍ତମାନ ର ସରକାର ସବୁ ଜାଣି ନ ଜାଣିବା ଭଳି ବ୍ୟବହାର କରୁଛନ୍ତି, ତାସହିତ
(୨)ପରିବେଶକୁ ସନ୍ତୁଳିତ ରଖିବା ତଥା ମାନବସମାଜକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରିବା ପାଇଁ ବର୍ଷାଜଳ ସଂରକ୍ଷଣ,ଭୁତଳ ଜଳସ୍ତର ବୃଦ୍ଧି ଓ ମୃତିକାକ୍ଷୟ ନିୟନ୍ତ୍ରଣ ଲାଗି “ଓମ୍ବାଡ଼ସି” ପକ୍ଷରୁ ମୟୁରଭଞ୍ଜକୁ ବହୁ ଆର୍ଥିକ ଅନୁଦାନ ଆସୁଛି,ମାତ୍ର ଦାଇତ୍ୱରେ ଥିବା ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲା “ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ତଥା ଉପନିର୍ଦେଶକ ମୃତିକା ସଂରକ୍ଷଣ କାର୍ଯ୍ୟାଳୟ”ର ଦୁର୍ନୀତି ଗ୍ରସ୍ତ ଆଧିକାରୀଙ୍କ ଦ୍ୱାରା ସମ୍ପାଦିତ ହେଉଥିବା କାର୍ଯ୍ୟ ସଂମ୍ପୂର୍ଣଭାବେ ବିପରୀତ ମୁଖା ହେଉଅଛି |
ଏଣୁ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଉଭୟ ଦାବୀ ଗୁଡିକୁ ନେଇ ପୃଥକ ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ‘X’ ଯୋଗେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଚିରସ୍ରୋତା ନଦୀ ଗୁଡିକର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି l