Img 20240903 Wa0227

ଜିଲ୍ଲା ସ୍ତରୀୟ ୩୯ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

State

ବାରିପଦା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ୩୯ ତମ ଜାତୀୟ ଚକ୍ଷୁଦାନ ପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଅଭୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଡ଼ ଦାଶ ତାଙ୍କ ଅଭିଭାଷଣରେ ସହି ପକ୍ଷ ପାଳନର ଉଦ୍ଦେଶ୍ୟ ଚକ୍ଷୁର ଯତ୍ନ, ଓ ଚକ୍ଷୁଦାନ କରିବା ଉପରେ ଗୁରୁତ୍ୱ ଆଗେପ କରିଥିଲେ। ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ଲୋକ ମାନଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସକୁ ଦୂରେଇଦେବା ଓ ଯାହା ଦୂବରେ ସମସ୍ତେ ଚକ୍ଷୁଦାନ ନିମନ୍ତେ ଆଗେଇ ଆଶିଲେ ହିଁ ଅନ୍ଧତ୍ୱ ଦୂରୀକରଣ କରିବାରେ ସହାୟକ ହୋଇପାରିବ ବୋଲି ଡ଼ ବିଜୟ କୁମାର ଦାଶ , ଡି.ଏମ.ଓ.ଏସ (DMOMS ) କହିଥିଲେ । ଡ଼ : ଜ୍ଞାନେଦ୍ର କୁମାର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କୋଣସି ବୟସ ବା ଜାତି , ଧର୍ମ ,ବର୍ଣ୍ଣ ,ଲିଙ୍ଗ ନିଵିଶେଷରେ ସମସ୍ତେ ଚକ୍ଷୁଦାନ କରିପାରିବେ । କେବଳ ସେହି ବ୍ୟକ୍ତି ବିଶେଷ ମାନଙ୍କର ମୃତ୍ୟୁ ରୁ ୬ ରୁ ୮ ଘଣ୍ଟା ମଧ୍ୟରେ ଚକ୍ଷୁର ସ୍ଵଛ ପଟଳ ସଂଗ୍ରହ କରାଯାଏ । ଜଣେ ଲୋକ ଚକ୍ଷୁଦାନ ଦ୍ୱାରା ଦୁଇଜଣଙ୍କ ଦୃଷ୍ଟି ଶକ୍ତି ଫେରାଇ ପରିଥାଏ , ଡ଼. ମିତା ମିଶ୍ର , ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଅନ୍ଧତ୍ୱର କାରଣ ଏହାର ନିରାକରଣ ଏବଂ ଲୋକ ମାନଙ୍କ ମଧ୍ୟରେ ସୃଷ୍ଟି ହେଉ ଥିବା ଭ୍ରାନ୍ତ ଧାରଣା ଇତ୍ୟାଦିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଉକ୍ତ ସଭ୍ୟର ଜିଲ୍ଲା ଜଣ ସ୍ୱାସ୍ଥ୍ୟ ଅଧିକାରୀ ଡ. ଘାସିରାମ ମୁର୍ମୁ , ଶ୍ରୀ ନିହାର ରଞ୍ଜନ ପୃଷ୍ଟି , ଏମ. ଏନ . ସିଡି , ଅମ୍ବିକା ପ୍ରସାଦ ମହାପାତ୍ର , ଗୌରାଙ୍ଗ ଚରଣ ବିଶ୍ୱାଳ , ତଥା ସରକାରୀ ଏ. ଏନ. ଏମ ତାଲିମ କେନ୍ଦ୍ର , ବିଜୁ ପଟନାୟକ , ଏମ .ପି. କେ ନର୍ସିଙ୍ଗ ସ୍କୁଲ ଓ ଅନନ୍ତ ଶାହଡା ନର୍ସିଙ୍ଗ ସ୍କୁଲର ଛାତ୍ରୀ ଏବଂ ପ୍ରଶିକ୍ଷକ ମାନେ ଅଂଶ ଗ୍ରହଣ କରି ଥିଲେ । ସଭା ପ୍ରାରମ୍ଭରେ ଏକ ସଚେତନତା ଶୋଭା ଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ସେହି ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ସରକାରୀ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ଗଣେଶ୍ୱର ମହାନ୍ତି ପରିଚାଳନା କରି ଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।