Gan Sathi Nka Bdo Nku Dabipatra

ଗାଁ ସାଥି ସଂଘର ବିଡ଼ିଓଙ୍କୁ ଦାବି ପତ୍ର ; ମନରେଗାରେ ଯାନ୍ତ୍ରିକ କାର୍ଯ୍ୟ ନକରିବା ପାଇଁ ଦାବି

State

ନିଶ୍ଚିନ୍ତକୋଇଲି : ଗାଁ ସାଥି (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ବିଭିନ୍ନ ଦାବି ନେଇ ସଭାପତି ତପନ କୁମାର ମଲିଙ୍କ ନେତୃତ୍ୱରେ ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମନରେଗା କାର୍ଯ୍ୟରେ ଗାଁ ସାଥି ମାନଙ୍କୁ ଅଣଦେଖା କରାଯାଉଥିବାରୁ କଟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ପ୍ରତି କାର୍ଯ୍ୟାଦେଶ ଗାଁ ସାଥିଙ୍କ ନାମରେ ରଖାଯିବା , ମ୍ୟାଟେରିଆଲ ପେମେଣ୍ଟ ଗାଁ ସାଥିଙ୍କ ନାମରେ କରାଯିବା ,ଲେବର ମାନଙ୍କ ସହିତ ଗାଁ ସାଥିଙ୍କ ପ୍ରାପ୍ୟ ପ୍ରଦାନ କରାଯିବା,ଗୋଟିଏ ଆର୍ଥିକ ବର୍ଷରେ ୩ଶହ ଦିନର କାର୍ଯ୍ୟ ପ୍ରଦାନ କରାଯିବା, ପ୍ରତିମାସରେ ମନରେଗାରେ ସମ୍ପୃକ୍ତି ସମସ୍ତ କର୍ମଚାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯିବା, ୨୦୦୮ ମସିହାରୁ ଡ଼ାଟାବେସରେ ନିଯୁକ୍ତି ପାଇଥିବା ଗାଁ ସାଥିମାନଙ୍କୁ ସାମିଲ କରିବା, ପରିଚୟ ପତ୍ର ପ୍ରଦାନ କରିବା,ଏପରିକି ମନରେଗାରେ ଯାନ୍ତ୍ରିକ କାର୍ଯ୍ୟ ନକରିବା ସହିତ ଅନ୍ୟାନ୍ୟ ଦାବି କରାଯାଇଥିଲା । ଏଥିରେ ଉପସଭାପତି ଶରତ କୁମାର ଜେନା,ସମ୍ପାଦକ ବ୍ରଜବନ୍ଧୁ ଦାସ,କୋଷାଧ୍ୟକ୍ଷ ସତ୍ୟବ୍ରତ ବରାଳଙ୍କ ସମେତ ବହୁ ଗ୍ରାମସାଥୀ ମାନେ ବିଡ଼ିଓ କାର୍ଯ୍ୟାଳୟରେ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଦିଆଯାଇଥିବା ଦାବିପତ୍ରକୁ ପୂରଣ କରାନଗଲେ ବିଧାନସଭା ଘେରାଉ ପାଇଁ ନିଶ୍ଚିନ୍ତକୋଇଲି ଗାଁ ସାଥୀ ସଂଘ ଚେତାବନୀ ଦେଇଛି ।