Self Defence Training Programme

ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ ଉଦ୍‌ଯାପିତ

State

ନିଶ୍ଚିନ୍ତକୋଇଲି : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଙ୍କ ନିର୍ଦ୍ଦେଶ କ୍ରମେ ନୋଡ଼ାଲ କେନ୍ଦ୍ର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନତକାଇ ସ୍ଥିତ ବଲ୍ଲଭୀଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାନୁଆରୀ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମ ପରିଚାଳକ ଅଧ୍ୟାପକ ସୁବ୍ରତ କିଶୋର ସ୍ୱାଇଁଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ବଲ୍ଲଭଚରଣ ପଲେଇ,ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ନିବେଦିତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶିକ୍ଷିକା ଭାଗ୍ୟଲକ୍ଷ୍ମୀ ପଣ୍ଡା ଓ ଶୁଭ୍ର ସଂଗତା ମଲିକଙ୍କ ଦ୍ୱାରା ୬ଟି ଗ୍ରୁପରେ ୧୮୦ ଜଣ ଛାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଇ ପ୍ରମାଣ ପତ୍ର ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଶୋକ କୁମାର ରାଉତ, ଜ୍ୟୋତିରଂଜନ ରଥ, ଜୟଶ୍ରୀ ପ୍ରଧାନ, ନିରଞ୍ଜନ ବାରିକ, ବଂଶୀଧର ରାଉତ ପ୍ରମୁଖ ପରିଚାଳନା କରିଥିଲା ବେଳେ ଅଧ୍ୟାପକ ସୁପ୍ରିୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।