Img 20240903 Wa0256

ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟରେ ହିନ୍ଦି ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ବାରିପଦା ଶାଖା ଆନୁକୂଲ୍ୟରେ ହିନ୍ଦି ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭାରତବର୍ଷ ଏକ ଭାଷା ବହୁଳ ରାଷ୍ଟ୍ର ହୋଇଥିବାରୁ ହିନ୍ଦୀକୁ ରାଷ୍ଟ୍ରଭାଷା ଭାବେ ଛାତ୍ରଛାତ୍ରୀ ମାନେ ଶିଖିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ I ଏହାର ପ୍ରଚାର ପ୍ରସାରକୁ ଆଖି ଆଗରେ ରଖି ସମିତିର ସଦସ୍ୟ ପ୍ରଭାତ ମଞ୍ଜରୀ ଦାସଙ୍କ ନେତୃତ୍ୱରେ ଡଃ ଶ୍ୟାମ ସୁନ୍ଦର ଦାସ, ସତ୍ୟାନନ୍ଦ ଶେଜପଡା, ଜ୍ୟୋତ୍ସ୍ନାମଣୀ ଜେନା, ସନ୍ଧ୍ୟାରାଣୀ ଦାସ, ସାମ୍ବାଦିକ ସଞ୍ଜୟ ଚୌଧୁରୀ, କମଳ ଲୋଚନ ମହାକୁଡ଼ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦିରେ କିଛି ନିଜ ବିଷୟରେ କହିବାକୁ ଉତ୍ସାହିତ କରିଥିଲେ I ଉତ୍ସାହର ସହ ଅନେକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ I ତାପରେ ସଚେତନତା ପାଇଁ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଏକ ପ୍ରତୀକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପରିଶେଷରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଥିଲା I କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ବିଦ୍ୟାଳୟର ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ ତଥା ହଷ୍ଟେଲର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I