Onn 3

ନାବାଳିକା ଅପହରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ମୟୁରଭଞ ଜିଲା ଯଶିପୁରପୁର ଥାନା ଅଞ୍ଚଳରେ ୨୦୧୪ ମସିହାରେ ଘଟିଥିବା ଏକ ନାବାଳିକା ଅପହରଣ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଦୁଇ ଜଣ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ବିସିଡା ଗ୍ରାମର ଗୋପେଶ୍ୱୋର ବାଦ୍ରା (୨୮) ଏବଂ ଇଟାଘର ଗ୍ରାମର ଅନିଲ କୁମାର ନାଏକ (୨୫) କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉଭୟ ଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୬୩ ଅଫ ଆଇପିସି ଅନୁଯାୟୀ ୨ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୩ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ନାବାଳିକା ପିଡୀତା ର ପିତା ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୨୬-୯-୨୦୧୪ ରିଖ ସନ୍ଧ୍ୟା ୬ ଟା ସମୟରେ ତାଙ୍କ ଝିଅ ଟିଉସନ ରୁ ଫେରୁଥିବା ସମୟରେ ଦୁଇ ଜଣ ଅଭିଯୁକ୍ତ ଗୋପେଶ୍ୱୋର ବାଦ୍ରା ଏବଂ ଅନିଲ କୁମାର ନାଏକ ତାକୁ ଏକ ନିଛାଟିଆ ଯାଗାରେ ଏକ ମୋଟର ସାଇକେଲ ରେ ଜୋର ଜବରଦସ୍ତ ଉଠାଇ ନେଇଥିଲେ ।

ଝିଅକୁ ଅନେକ ଖୋଜା ଖୋଜି କରିବା ପରେ କୈାଣସି ସନ୍ଧାନ ନ ପାଇବାରୁ ଶେଷରେ ପରିବାରବର୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ସମ୍ବନ୍ଧରେ ନାବାଳିକା ପିଡୀତା ର ଲିଖିତ ଅଭିଯୋଗକ୍ରମେ ଯଶିପୁର ଥାନାରେ କେସ ନମ୍ବର ୧୧୨/୩-୧୦-୨୦୧୪ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ପିଡୀତା ନାବାଳିକା କୁ ଉଦ୍ଧାର କରିବା ସହ ଆସାମୀ ଗୋପେଶ୍ୱୋର ବାଦ୍ରା କୁ ୭-୧୦-୨୦୧୪ ଏବଂ ଆସାମୀ ଅନିଲ କୁମାର ନାଏକ କୁ ୫-୧୨-୨୦୧୪ ରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଦୁଇ ଜଣ ଆସାମୀ ୨୬-୧୨-୨୦୧୪ ରିଖ ରେ ଜାମିନ ରେ ମୁକୁଳିଥିଲେ । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।