Onn 3

ଗ୍ରାମ୍ୟ ପରିଦର୍ଶନ ପାଠ୍ୟକ୍ରମ ଅଧ୍ୟୟନ ଉପକ୍ରମ ରେ 2020 ବ୍ୟାଚ ର 17 ନୂତନ ଓ ଏ ଏସ ଶିକ୍ଷାନବିସ ଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

Crime State

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ ପରିଦର୍ଶନ ଅଧ୍ୟୟନ ପାଠ୍ୟକ୍ରମରେ ଓଡିଶା ପ୍ରଶାସନିକ ସେବା (ଓ ଏଏସ୍) 2020 ବ୍ୟାଚ ର 17 ଜଣ ନୂତନ ଶିକ୍ଷାନବିସ 18-09-2023 ରିଖ ରୁ 22-09-2023 ରିଖ ପର୍ଯ୍ୟନ୍ତ ଗ୍ରାମ ପରିଦର୍ଶନ ଅଧ୍ୟୟନ ପାଠ୍ୟକ୍ରମ ରେ ଯୋଗଦେଇଛନ୍ତି |

ଏହି ଅବସରରେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଏହି ନବ ନିଯୁକ୍ତ ଓ ଏ ଏସ ଶିକ୍ଷାନବିସ ମାନଙ୍କୁ ସ୍ୱାଗତ କରି ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ | ଏହି ଅବସରରେ ଶ୍ରୀ ମହାନ୍ତି ଜିଲ୍ଲା ରେ କାର୍ଯ୍ୟ କରୁଥିବା ସରକାର ଙ୍କ ବିଭିନ୍ନ ବିଭାଗ ଯଥା ରାଜସ୍ବ, ଜିଲ୍ଲା ପରିଷଦ,ସ୍ୱାସ୍ଥ୍ୟ,କୃଷି, ଜଳସେଚନ, ଶିକ୍ଷା, ମଙ୍ଗଳ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସମାଜ ମଙ୍ଗଳ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତଥା ପୋଲିସପ୍ରଶାସନ ଇତ୍ୟାଦି ର କାର୍ଯ୍ୟଧାରା ଏବଂ ଏହି ବିଭାଗ ଅନ୍ତର୍ଗତ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ଓ ପ୍ରକଳ୍ପ ଗୁଡିକ ସମ୍ଭନ୍ଧ ରେ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ |ଏହି ଅବସରରେ ଟ୍ରେନି ମାନେ କ୍ଷେତ୍ର ପରିଦର୍ଶନ ସମୟରେ ଅଧ୍ୟୟନ ରୁ ସଂଗ୍ରହ କରିଥିବା ବାସ୍ତବ ଅନୁଭୂତି କୁ ଉପସ୍ଥାପନ କରିଥିଲେ |

ସୂଚନା ଥlଉକି, ଏହି ନୂତନ ଓ ଏସ ଶିକ୍ଷାନବିସ ମାନେ କ୍ଷେତ୍ର ଅଧ୍ୟୟନ ଓ ଗବେଷଣା ନିମନ୍ତେ ଜିଲ୍ଲା ର ଶମାଖୁଣ୍ଟା ବ୍ଲକ ର ଜଗନ୍ନାଥପୁର, ଖୁଣ୍ଟା ବ୍ଲକ ର ବାସିପିଠା, ଉଦଳା ବ୍ଲକ ର ଘାଘ୍ରାଗଡି ଏବଂ କୁଳିଅଣା ବ୍ଲକ ର ବଡ଼ନୂଆଗାଁ ନାମକ 4 ଟି ଗ୍ରାମକୁ ପରିଦର୍ଶନ ରେ ଯାଇ ଉକ୍ତ ଗ୍ରାମରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଜନକଲ୍ୟାଣକାରି ଯୋଜନା ଗୁଡିକ ସମ୍ବନ୍ଧରେ ସ୍ଥିତି ଅଧ୍ୟୟନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ ଏବଂ ରାଜ୍ୟ ସରକାରଙ୍କର ବହୁମୁଖି ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଜ୍ଞାନ ଆହୋରଣ କରିଥିଲେ |

ଓଡିଶା ପ୍ରଶାସନିକ ସେବା ର ଏହି ନୂତନ 17 ଜଣ ଶିକ୍ଷା ନବିସଙ୍କ ମଧ୍ୟ ରୁ ହରପ୍ରିୟା ପୃଷ୍ଟି, ଶୋଭନ ଶ୍ରୀତମ ପଣ୍ଡା, ଚିତ୍ତ ରଞ୍ଜନ ମଲ୍ଲିକ ଓ ରାସ୍ନା ଭୋଇ ଜଗନ୍ନାଥପୁର ଗ୍ରାମ, ଆଲଫା ଜେନା, ବିଶ୍ୱଭୂଷଣ, ଅବିନାଶ ଲାକ୍ରା ଓ ସବ୍ୟସାଚୀ ସାହୁ ବାସିପିଠା ଗ୍ରାମ, ତୃପ୍ତିମୟୀ ଜେନା, କର୍ମୀ ଓରାମ, ନୈବେଦ୍ୟ କୁମାର ଭୋଇ ଓ ମଣ୍ଟୁ ଖମାରୀ ଘଘ୍ରାଗଡି ଗ୍ରାମ ଏବଂ ସୋନାଲି ପଟ୍ଟନାୟକ, କେ ରିଚି କୁମାର, ଅଭିଷେକ କିସାନ, ଚିନ୍ମୟ ମହାନନ୍ଦ ଓ ଶୁଭଶ୍ରୀ ରଥ ବଡ଼ନୂଆଗାଁ ଗ୍ରାମ କୁ କ୍ଷେତ୍ର ଅଧ୍ୟୟନ ପରିଦର୍ଶନ ରେ ଯାଇଥିଲେ |

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା | ରୁପଭାନୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମା ଶଙ୍କର ମହାରଣା,ବାରିପଦା ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ବାରିପଦା ପି ଏ ଆଇ ଟି ଡି ଏ ଶ୍ରୀ ରାମ ଚନ୍ଦ୍ର ସୋରେନ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ବୈଦ୍ୟନାଥ ମୁଣ୍ଡା, ଡେପୁଟି କଲେକଟର(ସନ୍ଥlପନା) ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |