Img 20240903 Wa0259

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ

State
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବିକାଶ ର ବହୁ ପଛରେ ରହିଛି |ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳ ମାଟି ଓ ମୋରମ୍ ରାସ୍ତା ଗୁଡ଼ିକ ଚଳିତ ବର୍ଷାରେ ଧୋଇ ହୋଇଯାଇଥିବାରୁ ମୁଗୁଦି ଛକରୁ ବଡ଼ାମ ବାଙ୍କ ରାସ୍ତା ପର୍ଯ୍ୟନ୍ତ,କାଣ୍ଡସରରୁ ମୁଗୁଦି ଛକ ପର୍ଯ୍ୟନ୍ତ, ଉପର ଜାମଦାରୁ ଦେଉକୁଣ୍ଡି ଯାଏଁ,ଏବଂ  ଲକ୍ଷ୍ମୀପୋଷି ହାଇୱେ ରାସ୍ତାରୁ ସଂଯୋଗ ହେଉଥିବା ମହାନ୍ତ ସାହିର ମାଟି ରାସ୍ତାଟି ଧୋଇହୋଇଯିବାରୁ ଯାନବାହାନ ଚଳାଚଳ କରିବାକୁ ଘୋର ବାଧାବିଘ୍ନ ଦେଖାଦେଇଛି |ଏ ସମସ୍ତ ରାସ୍ତାରେ ବଡ଼ ବଡ଼ ପଥର ଦେଖାଦେଇଛି ଏବଂ ତା’ସହ ଅନେକ ଗୁଡ଼ିଏ ଖାଲ ସୃଷ୍ଟି ହୋଇଛି |ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ ବହୁ ସମୟରେ ରାସ୍ତାରେ ଦୁର୍ଘଟଣା ମାନ ଘଟୁଛି । ଉକ୍ତ ରାସ୍ତା ଦେଇ ଅନେକ ଜନସାଧାରଣ,ବିଦ୍ୟାର୍ଥୀ ଯାତାୟତ କରିଥାନ୍ତି ।ଏ ସମସ୍ତ ମୋରମ ଓ ମାଟି ରାସ୍ତାକୁ କଂକ୍ରିଟ୍ କରାଗଲେ ବହୁ ଜନସାଧାରଣ ଉପକୃତ ହେବା ସହ ଯାତାୟତ ଯୋଗେ ନିଜ ନିଜ ବେପାରକୁ ଦୃଢ଼ କରିପାରିବେ ବୋଲି ଅଞ୍ଚଳର ଗରିବ ଜନସାଧାରଣ ଓ ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ମତ ଦେଇଛନ୍ତି |ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି |