Onn 3

୪୮୮ ବର୍ଗ ମହାବିଦ୍ୟାଳୟ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ଜିଲାସ୍ତରୀୟ ସମ୍ମିଳନୀ

State

ବାରିପଦା: ୪୮୮ ବର୍ଗ ମହାବିଦ୍ୟାଳୟ ସମନ୍ୱୀୟ ସମିତିର ଆହ୍ୱାନକ୍ରମେ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଜ୍ୟ ସଂଗଠନର ନର୍ଦ୍ଧେଶକ୍ରମେ ପାଞ୍ଚ ଦଫା ଦାବୀ କୁ ନେଇ ଅନୁଷ୍ଠିତ ହେଉଥିବା ମହାସମାବେଶରେ ଯୋଗଦେବାପାଇଁ ମୟୁରଭଞ ଜିଲାର ୪୮୮ ବର୍ଗ ମହାବିଦ୍ୟାଳୟ ର ଅଧ୍ୟାପକ ମାନଙ୍କ ଏକ ପ୍ରସ୍ତିତି ବୈଠକ ସ୍ଥାନୀୟ ଶ୍ରୀ ମା ମହିଳା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ଉକ୍ତ ବୈଢକରେ ମୟୁରଭଞ ଜଲାର ସମସ୍ତ ୪୮୮ ବର୍ଗ ମହାବିଦ୍ୟାଳୟର ଦରମା ପାଇଥିବା ୨୦୧୭ ଏବଂ ୨୦୧୮ ଅନୁଦାନ ପରିସରଭୁକ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀମାନେ ଯୋଗଦେଇଥିବାରୁ ଜିଲା ଆବାହିକା ଯାଞସେନୀ ରାୟ ସର୍ବପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୨୫ ରୁ ୩୦ ବର୍ଷ ଧରି ଚାକିରି କରିଥିଲେ ମଧ୍ୟ ଅବସର ସମୟରେ ଖାଲି ହାତରେ ଘରକୁ ଫେରିବାକୁ ପଡୁଅଛି ।

ଅନୁଷ୍ଠିତ ଉକ୍ତ ବୈଠକରେ ପେନସନ , ପ୍ରମୋସନ , ଚାକିରି ସର୍ତ୍ତାବଳୀ , ୨୦୧୮ ଅନୁଦାନକୁ ସପ୍ତମ ବେତନ ପ୍ରଦାନ , ଅବସର ବୟସ ସୀମା ୬୦ ରୁ ୬୨ ବର୍ଷ କୁ ବୃଦ୍ଧି କରିବା ଆଦି ବିଷୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯିବା ସହିତ ଏବଂ ଆସନ୍ତା ଅଗଷ୍ଟ ୯ ରେ ଭୂବନେଶ୍ୱର ପି.ଏମ.ଜି ରେ ରାଜ୍ୟସ୍ତରୀୟ ସମାବେଶ ଯୋଗଦେବା ପାଇଁ ଜିଲା ଆବାହିକା ଶ୍ରମତୀ ରାୟ ଉପସ୍ଥିତ ସମସ୍ତ ଙ୍କୁ ଅନୁରୋଧ କରିଥିଲେ । ଉକ୍ତ ସଭାକୁ ଆୟୋଜନ କରିବାରେ ଅବନ୍ତୀ ଷଡଙ୍ଗୀ , ସୁଶାନ୍ତ ସାହୁ , ଗୈାରଚନ୍ଦ୍ର ସୁର , ଚନ୍ଦ୍ରଭାନୁ ପରିଡା , ବିଷ୍ନୁପଦ ରାଉତ , ଅଟଳ କୁମାର ମହାନ୍ତ , ସଂଯୁକ୍ତା ରାଣୀ ସୁର ପ୍ରମୁଖ ସହଯୋଗ କରିଥିଲେ ।