Onn 3

ନାତୁଣୀ କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜେଜେବାପା କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ମୟୁରଭଞ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଝାରପୋଖରିଆ ଥାନା ଅନ୍ତର୍ଗତ ସାଙ୍କଚୁଆ ଗ୍ରାମର ଜଗମୋହନ ନାଏକ (୬୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକ୍ସୋ ଆକ୍ଟ ଅନୁଯାୟୀ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ପିଡୀତା ମା ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ସିଏ ଜଣେ ଦୈନିକ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ୨୦-୩-୨୦୨୧ ରିଖ ଦିନ ସିଏ ଅନ୍ୟ ଜଣେ ଲୋକ ଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ । ଘରେ ତାଙ୍କର ଛୋଟ ପୁଅ ଏବଂ ପାଞ୍ଚ ବର୍ଷର ଝିଅ ଏକୁଟିଆ ଥିଲେ । ତାଙ୍କ ଘର ପାଖରେ ତାଙ୍କ ଶ୍ୱଶୁର ଘର । ସେଠାରେ ତାଙ୍କ ଶ୍ୱଶୁର ଏବଂ ନଣନ୍ଦ ଉକ୍ତ ଦିନ ଥିଲେ । ସନ୍ଧ୍ୟା ପାଖାପାଖି ୫ ଟା ସମୟରେ ସିଏ ଯେତେବେଳେ ଘରକୁ ଫେରିଲେ । ତାଙ୍କ ଝିଅ ପିଣ୍ଡାରେ ବସି କାନ୍ଦୁଥିବାର ଦେଖିଥିଲୋ । ତାକୁ ପଚିରିବାରୁ ସିଏ କହିଲା ତାର ଜେଜେବାପା ଘରକୁ ଆସି ତାର ଭାଇ କୁ ଘରୁ ତାର ଜେଜେ ମା କୁ ଦେଖା କରିବାକୁ ପଠାଇଦେଇ ତା ସହିତ ଘର ଭିତରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଫଳରେ ସିଏ ଗୁରୁତର ଆହାତ ହୋଇଥିଲା ।

ତାକୁ ପ୍ରଥମେ ସ୍ଥାନୀୟ ଶିର୍ଷା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରୁ ପରେ ତାକୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ପିଡୀତା ର ମା ଏ ସମ୍ବନ୍ଧରେ ଝାରପୋଖରିଆ ଥାନାରେ ତହିଁପରଦିନ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଝାରପୋଖରିଆ ଥାନାରେ କେସ ନମ୍ବର ୬୩/୨୧-୩-୨୦୨୧ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ୨୨-୩-୨୦୨୧ ରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ଉକ୍ତ ଦିନ ପାଖରୁ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଆଜି ପର୍ଯ୍ୟନ୍ତ ରହିଆସୁଅଛି । ପୁଣି ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୩ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି ।ଏଥି ସହିତ ପିଡୀତା କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ପୈଠ କରିବା ପାଇଁ ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ଆଦେଶନାମା ଜାରିକରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।