Onn 3

ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ: ବିକାଶ କାର୍ଯ୍ୟକ୍ରମ ପାଇଁ ଗ୍ରାମାଞ୍ଚଳର ଲୋକ ସହରାଭିମୁଖୀ ନହୋଇ ସହରାଞ୍ଚଳର ଲୋକ ଗ୍ରାମାଭିମୁଖୀ ହେବେ

State

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ୭୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନରେ ୩ଟି ପ୍ରକଳ୍ପ କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶୁଭ ଶିଳାନ୍ୟାସ କରିଛନ୍ତି । ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଥାନା ଛକ ଠାରୁ ହଜାର ହଜାର ସଂଖ୍ୟାରେ ବାଇକ ଶୋଭାଯାତ୍ରା ରେ ବିଧାୟକ ଶ୍ରୀ ଜେନାଙ୍କୁ ପ୍ରଥମେ ବୁହାଳୋ ପଞ୍ଚାୟତ ସ୍ଥିତ ବରପଡ଼ା ସାଧକନଗର ପ୍ରମୋଦ ଉଦ୍ୟାନ ନିକଟକୁ ପାଛୋଟି ନିଆଯାଇଥିଲା । ସେଠାରେ ହେବାକୁଥିବା ଲୁଣାନଦୀ ବାମପାଶ୍ୱର୍ ଘେରିବନ୍ଧ ତଟକ୍ଷୟର ସୁରକ୍ଷା ନିମନ୍ତେ ୫କୋଟି ୬୪ହଜାର ୮୫୨ ଟଙ୍କା ଅନୁଦାନରେ ୧୩ଟି ବୁରୁଜ(ପଥର ସ୍ପର) ନିର୍ମାଣ ଏବଂ ୬୯୩ ମିଟର ବନ୍ଧ ପାଶ୍ୱର୍ରେ ପଥର ପ୍ୟାକିଂ କାର୍ଯ୍ୟ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ନିଶ୍ଚିନ୍ତକୋଇଲି-ନରେନ୍ଦ୍ରପୁର ରାସ୍ତାର ତିଳକଣା ନିକଟରୁ କଟକ-ଜୟପୁର ରାସ୍ତାର ବାହାର ବମ୍ଫୁ ପର୍ଯ୍ୟନ୍ତ ୧୩.୮୯ କି.ମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାକୁ ଉନ୍ନତିକରଣ ନିମନ୍ତେ ୨୫କୋଟି ୧୯ଲକ୍ଷ ୭୯ ହଜାର ଟଙ୍କା ଅନୁଦାନରେ ହେବାକୁ ଥିବା ପ୍ରକଳ୍ପ କୁ ମଧ୍ୟ ଶିଳାନ୍ୟାସ କରିଥିଲେ ।

ଏହାଛଡ଼ା ଅସୁରେଶ୍ୱର ପଞ୍ଚାୟତ ପୁବଂଶ ଠାରେ ଲୁଣା ନଦୀ ଉପରେ କଟିକଟା-ଜୟପୁର ରାସ୍ତାକୁ ଦ୍ୱିତୀୟ ସଂଯୋଗ ନିମନ୍ତେ ୪୨କୋଟି ୩୮ଲକ୍ଷ ୩ହଜାର ଟଙ୍କା ଅନୁଦାନରେ ଏକ ଉଚ୍ଚା ପୋଲ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତ । ଏହି ପୋଲର ଦୈର୍ଘ୍ୟ ୪୫୪ ମିଟର ଏବଂ ଏହାର ବାମ ପାଶ୍ୱର୍ରେ ୯୭୦ ମିଟର ଏବଂ ଡ଼ାହାଣ ପାଶ୍ୱର୍ରେ ୩୫୫ ମିଟର ସଂଯୋଗୀକରଣ ରାସ୍ତା କରାଯିବା ସହ ଉକ୍ତ ପୋଲକୁ ଡ଼ବଲ ଲେନ୍ ଓସାର ବିଶିଷ୍ଟ କରାଯିବା ପାଇଁ ଆକଳନ ହୋଇଛି । ପ୍ରକଳ୍ପ ଗୁଡ଼ିକ ଶିଳାନ୍ୟାସ କରାଯିବା ପରେ ତରତ ହନୁମାନ ଗଡ଼ାରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ରଙ୍କ ସଭାପତିତ୍ୱ ଏବଂ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଆୟୋଜିତ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦ୍ୱିପାଞ୍ଚଳର ପ୍ରତ୍ୟେକ ଗଳିକନ୍ଦିକୁ ଉନ୍ନତମାନର ରାସ୍ତା ନିର୍ମାଣ କରାଯିବା ସହିତ ଶିକ୍ଷାର ବିକାଶ ପାଇଁ ଆଦର୍ଶ ବିଦ୍ୟାଳୟ ଏବଂ ୫-ଟି ଯୋଜନାରେ ବିଦ୍ୟାଳୟ ଉନ୍ନତିକରଣ ଏବଂ ଦୁଇଟି ଛାତ୍ରବାସ ମଧ୍ୟ ନିର୍ମାଣ କରାଯାଇଛି । ସ୍ୱାସ୍ଥ୍ୟର ବିକାଶ ପାଇଁ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ୧କାଟି ଯୋଗାଇ ଦିଆଯାଇଥିଲା ବେଳେ ଆବଶ୍ୟକ ଡ଼ାକ୍ତର ଏବଂ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ । ଏହାଛଡ଼ା ପ୍ରତ୍ୟେକ ୱାର୍ଡ଼ରେ ଆଲୋକୀକରଣ କରାଯିବା ସହିତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏପରିକି ସହରର ପ୍ରତ୍ୟେକ ସୁବିଧା ଏହି ଦ୍ୱିପାଞ୍ଚଳକୁ ଯୋଗାଇ ଦିଆଯିବ ଯେପରି ଗ୍ରାମାଞ୍ଚଳର ଲୋକ ସହରାଭିମୁଖୀ ନହୋଇ ସହରାଞ୍ଚଳର ଲୋକ ଗ୍ରାମାଭିମୁଖୀ ହେବେ ଏବଂ ଏହା ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡ଼ି କୃଷକ ସଂଗଠନର ବ୍ଲକ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ବିପ୍ଳବ କାପ, ଅସୁରେଶ୍ୱର ସରପଞ୍ଚ ଗୌତମୀ ଦାସ, ତରତ ସରପଞ୍ଚ ମୀନତି ସ୍ୱାଇଁ, ସମିତିସଭ୍ୟା ଟିକି ପଣ୍ଡା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସମିତିସଭ୍ୟ ପ୍ରମୋଦ କୁମାର ପରିଡ଼ା,ତରତ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୋଦ ମଲିକ, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି, ନଗସପୁର ଯୁବ ବିଜେଡ଼ି ସଂଗଠକ କ୍ଷୀରୋଦ କୁମାର ଷଢଙ୍ଗୀ,ଜୋନ୍ ସଭାପତି ଅନିଲ କୁମାର ଭୂୟାଁ,ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ,ବ୍ରଜମୋହନ ପଣ୍ଡା ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ସଭ୍ୟା ଓ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ହୋଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ବେଳେ ଶତାଧିକ ବୟୋଜ୍ୟେଷ୍ଠ ମାନଙ୍କୁ ବିଧାୟକ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।