Onn 3

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତିର ସାଧାରଣ ଵୈଠକ

State

ବାରିପଦା: ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ସମିତି ଓଡ଼ିଶା ର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ପି ସି ଏମ୍ କଲ୍ୟା ମଣ୍ଡପ ଠାରେ ଏକ ସାଂଗଠନିକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସଭାରେ ପାତ୍ର ତନ୍ତୀ କଲ୍ୟାଣ ସମିତି ର ରାଜ୍ୟ ସଭାପତି ଇଂ ରାଧାଶ୍ୟାମ ପାତ୍ର ସଭାପତିତ୍ବ କରିଥିଲାବେଳେ ବଡ଼ସାହି ର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର , ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତିରଞ୍ଜନ ପାତ୍ର , ପଡୋଶୀ ରାଜ୍ୟ ଝାଡଖଣ୍ଡ ର ପାତ୍ର ତନ୍ତୀ ରାଜ୍ୟ ସଭାପତି ବଳରାମ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାକ୍ତନ ମୟୁରଭଞ୍ଜ ଜିଲ୍ଲା ସଭାପତି ନରେନ୍ଦ୍ର ପାତ୍ର ମଞ୍ଚ ସଂଚାଳନ କରିଥିଲେ ଏଥିରେ ସମ୍ପାଦକ ସୁଶାନ୍ତ କୁମାର ପାତ୍ର, ଉପସଭାପତି ଭାଗିରଥୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୁରୁଣା କମିଟି ଭାଙ୍ଗି ନୂତନ କମିଟି ଗଠନ କରାଯାଇଥିଲା ଏଥିରେ ଜିଲ୍ଲା ସଭାପତି ଭାବେ ନରେନ୍ଦ୍ର ପାତ୍ର,ଉପ ସଭାପତି ଚନ୍ଦ୍ର ଶେଖର ପାତ୍ର, ଜିଲ୍ଲା ସମ୍ପାଦକ ଅରୂପ ଚନ୍ଦ୍ର ପାତ୍ର,ସହ ସମ୍ପାଦକ ଭାଗୀରଥି ପାତ୍ର, କୋଷାଧ୍ୟକ୍ଷ ଜୟନ୍ତ ପାତ୍ର ଓ ମହିଳା ସମ୍ପାଦିକା ଚନ୍ଦ୍ରକାନ୍ତି ପାତ୍ର, ରାଇରଙ୍ଗପୁର ଜୋନ୍ ରୁ ସାଧାରଣ ସମ୍ପାଦକ ବାବୁଲା ପାତ୍ର ଓ ବିଶ୍ୱ ନାଥ ଦାସ, ବାରିପଦା ରୁ ସୁଶାନ୍ତ କୁମାର ପାତ୍ର, କରଞ୍ଜିଆ ରୁ ଯୋଗମୋହନ ଦାସ,କପ୍ତିପଦାରୁ ଶକ୍ତିଧର ପାତ୍ର, ଏବଂ ଉପଦେଷ୍ଟା ମଣ୍ଡଳୀ ରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତିରଞ୍ଜନ ପାତ୍ର, ସୋମନାଥ ପାତ୍ର, ହୃଷିକେଶ ପାତ୍ର ଓ ଜୈମୁନୀ ପାତ୍ର ମନୋନୀତ ହୋଇଥିଲେ।

ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଧର୍ମେନ୍ଦ୍ର ପାତ୍ର, ସୁବାଷ ଚନ୍ଦ୍ର ପାତ୍ର, ଚନ୍ଦ୍ରକାନ୍ତି ପାତ୍ର, ଦ୍ରୌପଦୀ ପାତ୍ର, ତ୍ରିଲୋଚନ ପାତ୍ର, ବିଜୟ କୁମାର ପାତ୍ର,ନରସିଂହ ପାତ୍ର ଓ ପବିତ୍ର କୁମାର ପାତ୍ର ପ୍ରମୁଖଙ୍କୁ ମୋନାନୀତ କରା ଯାଇଥିଲା କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ବାମନଘାଟି କମିଟିର ସଦସ୍ୟ ଲଳିତ କୁମାର ପାତ୍ର, ମାନସ ଦୀପାୟନ ପାତ୍ର, ସୁଶାନ୍ତ କୁମାର ପାତ୍ର,ଲକ୍ଷ୍ମୀଧର ପାତ୍ର, କୀର୍ତ୍ତନ ପାତ୍ର, ଆକାଶ କୁମାର ଦାସ, ରାଜେ ଦ୍ର କୁମାର ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଅତିଥି ଗଣ କହିଥିଲେ ପାତ୍ରତନ୍ତୀ କଲ୍ୟାଣ ସମିତି ସେମାନଙ୍କ ସମାଜର ଅବହେଳିତ, ଭିନ୍ନକ୍ଷମ, ଅସହାୟ ଲୋକଙ୍କୁ ସେବା ଯୋଗାଇବା ସହ ସେମାନଙ୍କ ସମାଜର ଆର୍ଥିକ, ଶିକ୍ଷା,ସାମାଜିକ ଓ ସାଂସ୍କୃତିକ ବିକାଶ ଉପରେ ବେଶି ଧ୍ୟାନ ଦେବ ବୋଲି କହିଥିଲେ ।ବହୁତ ଦିନ ପରେ ସମସ୍ତେ ଏକାଠି ହୋଇଥିବାରୁ ବହୁ ଆନନ୍ଦିତ ହେବା ସହ ଭାବରେ ଆଦାନ ପ୍ରଦାନ ହୋଇଥିଲେ।