Onn 3

ସମ୍ବଲପୁରରୁ ଚିହ୍ନଟ ହେଲେ ଆଉ ୩ ଆକ୍ରାନ୍ତ

State

ସମ୍ବଲପୁର: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ସହ ହାତ ଗୋଡ଼ ଘୋଳା ବିନ୍ଧା ହୋଇଥାଏ । ବର୍ତ୍ତମାନ ପୁଣି ଆଉ ୩ ଜଣ ସ୍କ୍ରବ୍‌ ଟାଇଫସ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍‌ ଟାଇଫସ୍ ଆତଙ୍କ ସୃଷ୍ଟି କରିଛି। ସମ୍ବଲପୁର ବୁର୍ଲାରେ ଆଉ ୩ ସ୍କ୍ରବ୍‌ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋସିଂହା ବ୍ଲକରେ ବର୍ତ୍ତମାନ ସ୍କ୍ରବ୍ ଟାଇଫସ୍ ବା ଟ୍ରମ୍ବିଆକୁଲାଇଡ୍ନା ମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଳ ଭାବେ ଦେଖାଯାଉଛି। ଏହି ବିଷାକ୍ତ କୀଟ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ତେବେ ସ୍କ୍ରବ୍ ଟାଇଫସ୍‌ରେ ହୋଇଥିବା ମୃତ୍ୟୁ ପଛର ପ୍ରମୁଖ କାରଣ ରହିଛି ରୋଗକୁ ବିଳମ୍ବରେ ଚିହ୍ନଟ, ଭୁଲ ଡାଏଗ୍ନୋସିସ୍ ଓ ଡ୍ରଗ୍ ରେଜିଷ୍ଟାନ୍‌ସ। ଫଳରେ ଡେରିରେ ଚିକିତ୍ସା ଆରମ୍ଭ କରି ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୩ ଦିନ ମଧ୍ୟରେ ବୁର୍ଲା ଭିମସାରରେ ୨୨ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ସମ୍ବଲପୁର ବୁର୍ଲାରେ ଆଜି ଆଉ ୩ ସ୍କ୍ରବ୍‌ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି। ସେପଟେ ସ୍କ୍ରବ ଟାଇଫସ୍ ଠାରୁ ଦୂରେଇ ରହିବାକୁ ଓ ଚିଗର ସଂସ୍ପର୍ଶରେ ନଆସିବା, ଲମ୍ବା ହାତ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା, କୀଟ ନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।