କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ ଜିଲ୍ଲାର ୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ମୋଟ ୩୬୭ ଜଣ ବିଭିନ୍ନ ବର୍ଗର ଉଭୟ ବାଳକ,ବାଳିକା ଏବଂ ପୁରୁଷ, ମହିଳା ଭାଗ ନେଇଥିଲେ । ଏହି ଅବସରରେ ବାରିପଦା ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଯୋଗାସନ ଚୟନ ପ୍ରତିଯୋଗିତାରୁ ୨୭ ଜଣ ବିଭିନ୍ନ ବର୍ଗର ବାଳକ,ବାଳିକା ଚୟନ ହୋଇ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ନିଜର ଉତ୍ତମ ଦକ୍ଷତା ପ୍ରତିପାଦନ କରି ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରି ପୁଣି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ୧୧ ଛାତ୍ରଛାତ୍ରୀ ।