Onn 3

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

National & International

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର । ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ରଜୌରୀରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏବେବି ସଂପୃକ୍ତ ଅଞ୍ଚଳରେ ଗୁଳି ବିନିୟମ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜୌରୀ ଅପରେସନରେ ଭାରତୀୟ ସେନା କୁକୁର କେଣ୍ଟର ମୃତ୍ୟୁ ହୋଇଛି । ଏହି ଲାବ୍ରାଡର କୁକୁର ବୟସ ୬ ବର୍ଷ । ଆତଙ୍କବାଦୀଙ୍କ ପିଛା କରିବା ବେଳେ ଗୁଳିମାଡ଼ରେ କେଣ୍ଟର ମୃତ୍ୟୁ ହୋଇଥିବା ଜାମ୍ମୁର ସେନା ମୁଖପାତ୍ର କହିଛନ୍ତି ।