Onn 3

ସେବାସ୍ତମ୍ବ ଦ୍ବାରା ଭାରତୀୟ ସଂବିଧାନ ଦିବସ ପାଳିତ

State

ବାରିପଦା: ନିଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ” ମୟୁରଭଞ୍ଜ ଜିଲ୍ଲା ଶାଖା ଦ୍ବାରା ଭାରତୀୟ ସଂବିଧାନ ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବରିଷ୍ଠ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତିଙ୍କ ସଭାପତିତ୍ବ ଓ ସଂଯୋଜନାରେ ଆୟୋଜିତ ଏହି ସଭାରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ ଯୋଗ ଦେଇ ଭାରତୀୟ ସଂବିଧାନ ର ଉପଯୋଗିତା ଓ ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଭାରତୀୟ ସଂବିଧାନ ର ସୁରକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଉପସଭାପତି ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ କୁମାର ରାମ ଭାରତୀୟ ସଂବିଧାନ ର ଇତିହାସ ଓ ଏହାର ପ୍ରସ୍ତାବନା ଆଲୋକପାତ କରିଥିଲେ।

ପୁର୍ବତନ ଜିଲ୍ଲା ସଭାପତି ଜଗତ ମାଝି ଚାକିରି ସୁରକ୍ଷାରେ ସଂବିଧାନ ର ଭୁମିକା ଚର୍ଚା କରିଥିଲେ। ଉପସଭାପତି ଶ୍ୟାମ ଚରଣ ମୁର୍ମୁ ବାବା ଭୀମରାଓ ଆମ୍ବେଦକରଙ୍କ ତ୍ଯାଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ସମାଜସେବୀ ମନୋରଞ୍ଜନ ହାଁସଦା ରାଷ୍ଟ୍ର ନିର୍ମାଣ ରେ ଭାରତୀୟ ସଂବିଧାନ ର ଭୂମିକା ବର୍ଣନା କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗେଶ୍ବର ଚାତାର, ମୋଅତ୍ତର ହୁସେନ, ରବିନ୍ଦ୍ର ମୁଖୀ, ବିଭୁତିଭୁଷଣ ପାତ୍ର, ଡାକ୍ତର ସାଗରାମ ଟୁଡୁ ଓ ଅନ୍ଯାନ୍ଯ ସଦସ୍ଯ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇ ଥିଲା।