Onn 3

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏନ.ସି.ସି. ଦିବସ ପାଳିତ

State

ବାରିପଦା: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ସମର ଶିକ୍ଷାର୍ଥି ବାହିନୀ ଦିବସରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ.ସି.ସି. ଟ୍ରୁପ୍ ଅଂଶଗ୍ରହଣ କରିଥିଲେ । ଏମ.କେ.ସି. ହାଇସ୍କୁଲର ପ୍ରଧାନ ଶିକ୍ଷକ ବାସନ୍ତି ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଚିତାକର୍ଷକ ପ୍ୟାରେଡ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମବେତ କ୍ୟାଡେଟ୍ ମାନଙ୍କୁ ଉଦ୍‌ବୋଧନ ଦେଇ ଦେଶ ମାତୃକାର ସେବାରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ ।

ସେକେଣ୍ଡ ଅଫିସର ରାଜୀବ ଲୋଚନା ଜେନା ଓ ମେଜର ପ୍ରଣବ କିଶୋର ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ୟାରେଡ୍ ପରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତତ୍ ସହିତ ଏନ.ସି.ସି.ର ସଂଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ପୁରାତନ ଏକ୍ସ-କ୍ୟାଡେଟ୍ ସହଯୋଗ କରିଥିଲେ ।