ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ ସରକାର କରିବ। ଯେଭଳି ଲୋକେ ବିଜେପିରେ ମିଶୁଛନ୍ତି, ଲାଗୁଛି ଶହେରୁ ଅଧିକ ସିଟ୍ ପାଇବୁ । ଶହେରୁ ଅଧିକ ବିଧାନସଭା ଓ ସବୁ ୨୧ ଲୋକସଭା ସିଟ୍ ଜିତିବୁ । ରାଜ୍ୟରେ ବିଜେପି ସ୍ଥିର ସରକାର କରିବ । ବର୍ତ୍ତମାନର ଶାସନ ରାଜ୍ୟ ପାଇଁ ଆଦୌ ଉପଯୁକ୍ତ ନୁହେଁ । ବିଜେଡିରେ ରହି ନେତାମାନେ ଶ୍ୱାସରୁଦ୍ଧ ହେଲେଣି । ବିଜେଡିରେ ବରିଷ୍ଠଙ୍କୁ ଯେଭଳି ସମ୍ମାନ ମିଳିବା କଥା ମିଳୁନି । ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲିଯାଇଛନ୍ତି, ‘ଓଲ୍ଡ ଇଜ୍ ଗୋଲ୍ଡ’ । ଜଣେ ବିଧାୟକ ଥିବା ସ୍ଥଳେ ଆଉ ତିନି ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି । ମୋ ବିରୋଧରେ ସମାନ୍ତରାଳ ସଙ୍ଗଠନ ଛିଡା କଲେ । ଯେଉଁଠି ମାନ ସମ୍ମାନ ନାହିଁ, ସେହି ସ୍ଥାନ ଛାଡି ଦେବା ଉଚିତ । ସେଥିପାଇଁ ଘର ବାହୁଡା କଲି, ବିଜେପିରେ ଥିଲି, ଶେଷ ଯାଏଁ ରହିବି ।’’