Onn 3

ଆନ୍ତଃ ରାଜ୍ୟ ଗହଣା ଚୋରଙ୍କୁ ବାନ୍ଧିଲା ବିଶୋଇ ପୋଲିସ

Crime State

ବାରିପଦା: ପାର୍ବଣ ଋତୁ । ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳ ଚଞ୍ଚଳ ଗହଳ ଚହଳ ।ଏହାର ସୁଯୋଗ ନେଇ ଆନ୍ତଃ ରାଜ୍ୟ ଲୁଟେରା ଡକାୟତ ଦଳ ସେମାନଙ୍କ ଟାର୍ଗେଟ ରଖିଛନ୍ତି ବିଭିନ୍ନ ଗହଣା ପ୍ରତିଷ୍ଠାନ, ,ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଶୁକୃଳିର ଏକ ଗହଣା ଦୋକାନ ରୁ ଚୋରି କରିଥିବା ସାମଗ୍ରୀ ସହ ଦୁର୍ବୁର୍ତ୍ତ ବିଶୋଇରେ ଧରା ପଡିବା ଘଟଣା ଅଞ୍ଚଳରେ ସାଧାରଣରେ ଭୟଭୀତ ସୃଷ୍ଟି କରିଛି। ଘଟଣାରୁ ଯାହା ଜଣାପଡିଛି ଶୁକୃଳି ର ଏକ ଗହଣା ଦୋକାନ କୁ ମଧ୍ୟପ୍ରଦେଶର ମିଆଜ ସାମ ହୁସେନ (୨୦)ଓ ମହମ୍ମଦ ଅଲ୍ଲୀ (୨୨) ମଟର ସାଇକେଲ ରେ ଯାଇ କିଛି ଗହଣା କିଣିବା ବାହାନାରେ ଯାଇଥିଲେ।ହେଲେ କୌଶଳ କ୍ରମେ ସେମାନେ ସେହି ଦୋକାନରୁ କିଛି ଗହଣା ଚୋରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ଦୋକାନର ସିସି କ୍ୟାମେରା ରେ ଚୋରି ଦୃଶ୍ୟ କୟଦ ହୋଇଥିଲା।ଗହଣା ଦୋକାନୀ ଦୁର୍ବୃତ୍ତଙ୍କ ଫୋଟ ସୋସିଆଲ ମିଡିଆ ରେ ଛାଡିଥିଲେ।ସେହି ଦୁଇଜଣ ଆଜି ଅପରାହ୍ନରେ ବିଶୋଇ ଶୁଭଲକ୍ଷ୍ମୀ ଜୁଏଲାରୀ ଦୋକାନକୁ ସୁନା କିଣିବା ବାହାନାରେ ଆସି ଗହଣା ଚୋରି କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଶୁଭଲକ୍ଷ୍ମୀ ଗହଣା ଦୋକାନର ମାଲିକ ନିଜ ହ୍ଵାଟ୍ସଆପ ଗ୍ରୁପ ରେ ଆସିଥିବା ଏହି ଦୁଇ ଜଣଙ୍କ ଫୋଟ ଦେଖି ତାଙ୍କ ସନ୍ଦେହ ହେବାରୁ ବିଶୋଇ ଥାନାକୁ ଜଣାଇଥିଲେ। ବିଶୋଇ ଓଆଇସି ମିନି ଭୋଇ ଓ ତାଙ୍କ ଟିମ ଶୁଭଲକ୍ଷ୍ମୀ ଜୁଏଲାରୀ ଦୋକାନକୁ ଆସି ଏହି ଦୁଇ ଜଣଙ୍କୁ କାବୁ କରିଥିଲେ।ତାଙ୍କ ପାଖରୁ ଏକ ପଲସର ଗାଡି (ଓଡ଼ି ୦୭ଏଜେ ୩୬୨୨)ସମେତ କିଛି ସୁନା ଓ ନଗଦ ଟଙ୍କା ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।