Onn 3

ମନ ମୋହିଲା ଗମ୍ଭାରିଆ ର ୨୩ ତମ ମହା ଆକର୍ଷଣୀୟ ରାବଣ ପୋଡି ଉତ୍ସବ

Religion and Cult State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକ ଅନ୍ତର୍ଗତ ଗମ୍ଭୀରିଆ ପଞ୍ଚାୟତର ଗମ୍ଭାରିଆ ଗ୍ରାମ ଖେଳ ପଡ଼ିଆରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୨୩ ରାବଣପୋଡ଼ି ଉତ୍ସବ ପ୍ରଵଳ ଜନସମାଗମ ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୨୦୦୦ ମସିହାରୁ କିଛି ଯୁବକ ମଜା ମଜାରେ ଏଠୁ ସେଠୁ ଅଠର ଟଙ୍କାରେ ବାଣ କିଣି ନଡ଼ା, କନାରେ ରାବଣ ମୂର୍ତ୍ତି ତିଆରି କରି ରାବଣ ପୋଡି ଉତ୍ସବ ପାଳନ କରିଥିଲେ ।କିଏ ଜାଣି ଥିଲା ଆଜି ଏହା ଏକ ମହା ଉତ୍ସବରେ ପରିଣତ ହେବ ! ଗମ୍ଭାରିଆ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଖେଳ ପଡିଆରେ ୩୫ ଫୁଟ ଉଚ୍ଚର ବିରାଟକାୟ ୧୦ ମୁଣ୍ଡିଆ ରାବଣ ପ୍ରତିଛବି କୁଟା,ନଡ଼ା,କପଡା, ବାଉଁଶ କାଠିରେ ତିଆରି ରଖାଯାଇଥିଲା ।ଏହି ରାବଣ ପୋଡି ଉତ୍ସବରେ ମୁଖ୍ୟବକ୍ତା ସ୍ଥାନୀୟ ସରପଞ୍ଚ ବୈଦେହୀ ହାଁସଦା ରାବଣପୋଡ଼ି ମହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ସୁନାମଧନ୍ୟ ଭାଷ୍ଯକଆର ମନମୋହନ ପରମାଣିକ ମଂଚ ପରିଚାଳନା କରିବା ନିଜ ବାକ୍ ଚାତୁରିରେରେ ହଜାର ହଜାର ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ ।ପରେ ମୁଖ୍ୟ ଅତିଥି ସେବା ନିବୃତ ଯୁବ ପୋଲିସ ପ୍ରଶାସକ /ସମାଜସେବୀ ରାଇସେନ ମୁର୍ମୁ ଯୋଗ ଦେଇ ଅସତ୍ୟ ଉପରେ ସତ୍ୟର ଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ ଏହି ପୌରାଣିକ ରାବଣପୋଡ଼ି ଉତ୍ସବ ସମସ୍ତ ମାନବ ସମାଜକୁ ବାର୍ତା ଦେଇଥାଏ ବୋଲି କହିଥିଲେ ।ସଂସ୍କୃତି ହେଉଛି ସମାଜର ପରିଚୟ ଦେଇଥାଏ ।

ଭାରତ ହେଉଛି ଏକ ସଂସ୍କୃତି ସଂପନ୍ନ ଦେଶ ।ବିବିଧତା ମଧ୍ୟରେ ଏକତା ଏହାର ବୈଶିଷ୍ଟ୍ୟ ।ଭାଇଚାରାର ଦେଶ ହେଉଛି ଭାରତ ।ଗମ୍ଭାରିଆ ଗୋଟିଏ ଛୋଟ ଜାଗା ହେଲେବି ଏଠାକାର କମିଟିର ଳ ବିଶାଳ ହୃଦୟ ଅଛି ।ଏତେବଡ ଆୟୋଜନ ଯେଉଁଠାରେ ୫୦ ହଜାରରୁ ଉର୍ଦ୍ଧ୍ବ ଅଦ୍ଭୂତପୁର୍ଣ ଜନସମାଗମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଆୟୋଜକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଏଠାରେ ଦୁର୍ଗାପୂଜା ,ରାବଣ ପୋଡି ଉତ୍ସବ ଏବଂ ଭଷାଣି ଉତ୍ସବ ଦେଖିବାକୁ ରାଇରଙ୍ଗପୁର,ବହଳଦା,ତିରିଂ‌ ପଡୋଶୀ ଝାଡ଼ଖଣ୍ଡରୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା ।ଶେଷରେ ମୁଖ୍ୟ ଅତିଥି ରାଇସେନ ମୁର୍ମୁ ଅଗ୍ନି ସଂଯୋଗ କରିଥିଲେ ।ଏକ ଘଣ୍ଟା ଧରି ବିଭିନ୍ନ ପ୍ରକାର ଆତସବାଜି,ବାଣ ଓ ଆକାଶକୁ ସପ୍ତ ରଙ୍ଗରେ ଆଲୋକିତକରିବା ସହ ସମଗ୍ର ଗମ୍ଭାରିଆ ଅଂଚଳ ପ୍ରକମ୍ପିତ ହୋଇଥିଲା ଜୟ ଶ୍ରୀ ରାମ ନାରାରେ।ଆକାଶରେ ରଙ୍ଗବେରଙ୍ଗର ଆଲୋକମାଳ ଦେଖି ଦର୍ଶକ ବିମୋହିତ ହୋଇ ପଡ଼ିଥିଲେ । କାର୍ଯ୍ୟକ୍ରମକୁ ଗମ୍ଭାରିଆ ପୂଜା କମିଟିର ସଭାପତି ପୃଥୁନାଥ ମହାନ୍ତ,ସଂପାଦକ ସଞ୍ଜୀବ ମହାନ୍ତ,ସୁମନ୍ତ ମହାନ୍ତ, ଦେବରାଜ ମହାନ୍ତ,ସତ୍ୟପ୍ରକାଶ ମହାନ୍ତ,ତପନ ମହାନ୍ତ, ଧର୍ମେନ୍ଦ୍ର ମହାନ୍ତ,ଆକାଶ ସାହୁ,ସୁବ୍ରତ ମହାନ୍ତଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।