Onn 3

ବହଳଦାରେ’ ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଳକର ଵହଳଦାଠାରେ ‘ମୋ ମାଟି ମୋ ଦେଶ ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭ ବହଳଦା ମାଁ କୀଚକେଶରୀ ମନ୍ଦିର ପ୍ରାଙ୍ଗଣରୁ ଅମୃତ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବହଳଦା ପଣ୍ଡିତ ରଘୁନାଥ ମୁର୍ମୁ ଛକ ନିକଟ ରେ ସମାପନ ହୋଇଥିଲା ।

ଏହି କଳସ ସଭାଯାତ୍ରାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ , ଇଂ ରାମଚନ୍ଦ୍ର ହାଁସଦାଃ ଓ ଫାଗୁରାମ ମାର୍ଣ୍ଡି ଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ମାନେ ପବିତ୍ର ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରି ଅମୃତ କଳଶରେ ବୀର ଶହୀଦଙ୍କ ସମ୍ମାନ ଉଦ୍ଦେଶ୍ଯରେ ସ୍ଥାପନ କରିଥିଲେ ।ମାଟିକୁ ପ୍ରଣାମ ଏବଂ ଵଈରଙ୍କଉ ପୂଜନ ଓ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତୃବୃନ୍ଦ କହିଥିଲେ ।