Amar

ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ: ଅମର ଶତପଥୀ

State

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ | ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ। କ୍ଷମତାରେ ରହି ରାଜନୀତି କରିବା ଓ ବିରୋଧୀ ଦଳରେ ରହିବା ମଧ୍ଯ୍ଯରେ ବହୁତ ଫରକ ଥାଏ। ତେଣୁ ଦଳ ବିରୋଧୀ ଦଳରେ ବସିବାକୁ ଥିବାରୁ ସେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି।
ତେବେ ୨୦୨୪ ନିର୍ବାଚନ ପ୍ରକ୍ରିୟାରେ ମୋତେ ପ୍ରତ୍ଯକ୍ଷ ଭାବେ ସାମିଲ କରିନଥିଲା ବିଜେଡି । ଟିକେଟ ବଣ୍ଟନରେ ବ୍ଯାପକ ଅବ୍ଯବସ୍ଥା ସହ ନିର୍ବାଚନ ପରିଚାଳନାରେ ଅନେକ ତ୍ରୁଟି ରହିଥିଲା। ତେଣୁ ଏହି ନିର୍ବାଚନରେ ପରାଜୟ ବରଣ କଲା। ଏହା ସହ ଆଜି ଭୁବନେଶ୍ବରରେ ଅମର ଶତପଥୀ ନିଜ ସମର୍ଥକମାନଙ୍କୁ ନେଇ ଏକ ବୈଠକ କରିଛନ୍ତି।