Onn 3

ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର ଜାଗୃତି 2023 ଉଦଯାପିତ

State

ତନ୍ୟତା ମହାନ୍ତ ଓ ନିର୍ମଳ ବାଇ ତେଜସ୍ୱିନୀ ହେଲେ ସର୍ବଶେଷ୍ଠ ଶିବି୍ରାର୍ଥୀ

ବାରିପଦା : ବାରିପଦା ଚିନ୍ମୟ ମିଶନ ଦ୍ୱାରା ତିନିଦିନ ଧରି ସ୍କୁଲ ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ ଶିବିର ଆଜି ଉଦଯାପିତ ହୋଇଯାଇଛି l ସଭାପତି ବିଜୟ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରିଣି ଉତ୍ସବରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ ଶିବିରର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ବ୍ରହ୍ମଚାରିଣୀ ଅଗସ୍ଥ୍ୟl ଚୈତନ୍ୟ ପିଲାମାନଙ୍କୁ ମାତୃପୂଜା କରାଇଥିଲେ l ମୁଖ୍ୟ ଅତିଥି ଉପନଗରପାଳ ସୀମା ଦାସ ,ସମ୍ମାନିତ ଅତିଥି ପୂର୍ବତନ ରୋଟାରି କ୍ଲବର ସଭାପତି ରାକେଶ ସିଂ, ଯୋଗ ଗୁରୁ ରାକେଶ ମହାନ୍ତ ସାମ୍ବାଦିକ ସଞ୍ଜୟ ଚୌଧୁରୀ, ନର୍ସିଙ୍ଗ ଡାଇରେକ୍ଟର ଡ଼ା ପ୍ରାଣକୃଷ୍ଣ ବେହେରା, ପୂର୍ବତନ ଇନକମ ଟେକ୍ସ ଅଫିସର ତପନ ପଟ୍ଟନାୟକ,ପ୍ରଦୀପ ମହାନ୍ତି, ସମ୍ପଦ ଦାସ, ଓ ଆର ଡି ସଂସ୍ଥା ର ଅଧ୍ୟକ୍ଷ ସାଇ ଓମ ପ୍ରକାଶ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଶିବିରର୍ଥୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ଚିନ୍ମୟ ମିଶନ ବାରିପଦା ର ସମ୍ପାଦକ ଅଜିତ ବେହେରା କେମ୍ପ ପରିଚାଳନା କରିଥିଲେ l ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରୀ ତନ୍ୟତା ମହାନ୍ତ ଓ ପୋଲିସ ଲାଇନ ସ୍କୁଲ ଛାତ୍ର ନିର୍ମଳ ବାଇ ସର୍ବଶେଷ୍ଠ ଶିବି୍ରାର୍ଥୀ ରୂପେ ପୁରସ୍କୃତ କରାଯାଇଥିଲା l ମହାରାଣୀ ପ୍ରେମକୁମାରୀ ବାଳିକା ବିଦ୍ୟାଳୟ ଓ ସଚ୍ଚିଦାନନ୍ଦ ଗୁରୁକୁଳକୁ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ସମ୍ମାନିତ କରାଯାଇଥିଲା l

ମମତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ରୀତିକା ଖଣ୍ଡେଲୱାଲ ଓ ଶିବାଙ୍ଗି ଖଣ୍ଡେଲୱାଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ତୁଳସୀ ସାହୁ, ସ୍ବର୍ଣ୍ଣପ୍ରଭା ଦାସ, ନନ୍ଦିନୀ ବେହେରା, ଲଷ୍ମୀ ବେହେରା, ମାମା ବେହେରା, କୁମାରୀ ଦେବୀ, ବର୍ଷା ସେଠୀ, ରିୟା ଗିରି, ଦେବ ମହାକୁଡ଼, ଓମ ପ୍ରକାଶ ସାହୁ, ସୂର୍ଯ୍ୟନ୍ଦୁ କୁମାର, ବିଷ୍ନୁପଦ ବେରା ଓ ସବ୍ୟସଚ୍ଚି ପଲେଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରି ଥିଲେ l ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ଏକ ଶହ ଆଠ ବର୍ଷ ଜୟନ୍ତୀ ଉପଲକ୍ଷେ ର ବର୍ଷ ବାରିପଦା ବିଭିନ୍ନ ବିଦ୍ୟାଳୟର ଏକ ଶହ ଆଠ ଜଣ ଛାତ୍ରଛାତ୍ରୀ ଭାଗ ନେବାକୁ ସୁଯୋଗ ଦିଆଯାଇଥିଲା l ଏମ ପି କେ ହାଇ ସ୍କୁଲର ଛାତ୍ରଛାତ୍ରୀ ରଂଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ l