ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସୂଚନା ଦେଇଥିଲେ ।
