Onn 3

ଆଦିବାସୀ ଜମିକୁ ସାଧାରଣ ବର୍ଗ ଙ୍କୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ଙ୍କ ନିଷ୍ପତି କୁ ଜେଏମ ଏମ ପକ୍ଷରୁ ଦୃଢ ବିରୋଧ

Politics State

ବାରିପଦା: ଆଦିବାସୀ ଜମି କୁ ସାଧାରଣ ବର୍ଗ ଙ୍କୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ଙ୍କ ନିଷ୍ପତି କୁ ପୂର୍ବ ମୟୁରଭଞ ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ଦୃଢ ବିରୋଧ କରାଯାଇଅଛି । ରାଜ୍ୟ ସରକାର କ୍ୟାବିନେଟ ନିଷ୍ପତି କୁ ପ୍ରତ୍ୟାହାର ନ କଲେ ଦୃଢ ବିରୋଧ କରାଯିବ । ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଏଥି ପ୍ରତି ପଦକ୍ଷେପ ନିଅନ୍ତୁ ବୋଲି ଜେଏମଏମ ପକ୍ଷରୁ ଜିଲା ସଭାପତି ବାବୁଲାଲ ମୁର୍ମୁ ଦାବୀ କରିଛନ୍ତି । ଭାରତୀୟ ସମ୍ବିଧାନ ଧାରା ୨୪୪ (ପି) ରେ ଆଦିବାସୀମାନ ଙ୍କ ଜମିର ଶୋଷଣ ପାଇଁ ଯେଉଁ ଅଧିକାର ଦିଆଯାଇଥିଲା ତାହା ଆଜି କ୍ୟାବିନେଟ ନିଷ୍ପତି ରେ ପରିବର୍ତ୍ତନ କରିଛନ୍ତି ।

ଏହାକୁ ମୟୁରଭଞ ଜିଲା (ପୂବ)ର୍ ପକ୍ଷରୁ ଦୃଢ ବିରୋଧ ଓ ନିନ୍ଦା କରିବା ସହିତ ଆଗାମୀ ଦିନରେ ପ୍ରତି ଗାଁରେ ଏବଂ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଅଛି । ଆଇନ ରେ ସଂଶୋଧନ କରି ଆଦିବାସୀ ଜମି ଅଣ ଆଦିବାସୀ ଙ୍କୁ ହସ୍ତାନ୍ତର କରାନଯାଉ । ଗତ ୧୪ ତାରିଖରେ ଓଡିଶା କ୍ୟାବିନେଟ ଓ ଏସ ଟି ଆଇପିଆର କୁ ସଂଶୋଧନ କରି ଅଣଆଦିବାସୀ ଙ୍କୁ ଜମି ହସ୍ତାନ୍ତର , ଦାନ , ଉପହାର ଅନ୍ୟ ସୂତ୍ରରେ ଦିଆଯିବାରୁ ଦଳ ପକ୍ଷରୁ ଦୃଢ ବିରୋଧ କରାଯାଇଅଛି । ସରକାର ଯଦି ଏହି ନିଷ୍ପତି କୁ ନ ବଦଳାନ୍ତି ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟନକହେବ ବୋଲି ଚେତାବନୀ ଦିଆଯାଇଥିବାର ଜେଏମଏମ ର ସଂପାଦକ ପୃଥିରାଜ ହଁସଦଃା , ବରିଷ୍ଠ ନେତା ସନାତନ ମୁର୍ମୁ , ସୁନାରାମ ସୋରାନ , ରାଇସେନ ମୁର୍ମୁ , କାଦୁ ମୁର୍ମୁ , ଯୁବ ସଭାପତି ଆକାଶ ସିଂ ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।