ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକାରୀମାନେ ଆଜି ପାହାଡର ଶିଖରରୁ ଏକ ଭୂଲମ୍ବ ଗର୍ତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଗତକାଲି ସନ୍ଧ୍ୟାରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି।
ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏଜେନ୍ସିମାନଙ୍କ ସହ ପାଞ୍ଚଟି ବିକଳ୍ପ ପଥ ଉପରେ ଆଲୋଚନା କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ ସମାନ କଥା କହିଛନ୍ତି। ସେ କହିଛନ୍ତି, “ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ହେଲେ କେବଳ ଗୋଟିଏ ଯୋଜନା ନୁହେଁ ଏକାଧିକ ଯୋଜନା ଉପରେ କାର୍ଯ୍ୟ କରିବା ଉଚିତ୍। ଉଦ୍ଧାରକାରୀ ଟିମର ମିଳିତ ପ୍ରୟାସରେ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ଯଦି ଭଗବାନଙ୍କ ଦୟା ହୁଏ ତେବେ ଆହୁରି କମ୍ ସମୟ ମଧ୍ୟରେ ଶ୍ରମିକମାନେ ଉଦ୍ଧାର ହୋଇପାରିବ।”