Yuba Somaj Gives Demad Note

ବାରିପଦା ର ବିଭିନ୍ନ ସମସ୍ୟା କୁ ନେଇ ୟୁବା ସମାଜ ତରଫରୁ ଜିଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

State

ବାରିପଦା: ବାରିପଦା ସହରର ସରାଳୀ ସେତୁ ପାଖରୁ ଷ୍ଟେସନ ବଜାର ରେଳ ଲାଇନ ଫାଟକ ପର୍ଯ୍ୟନ୍ତ ସଂକୀନ୍ନ ରାସ୍ତା ଏବଂ ଟ୍ରାଫିକ ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା କାରଣରୁ ଅକାଳରେ ଲୋକମାନଙ୍କ ର ପ୍ରାଣହାନୀ ଘଟୁଅଛି । ଏଥି ସହିତ ବାରିପଦା ସହରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା କୁ ନେଇ ଆଜି ମୟରଭଞ୍ଜ ଜିଲ୍ଲାର ଯୁବକମାନଙ୍କୁ ନେଇ ଏକ ଅଗ୍ରଣୀ ସଂଗଠନ ୟୁବା ସମାଜ, ମୟୂରଭଞ୍ଜ ତରଫରୁ ଆଇନଜିବୀ ଜ୍ୟୋତିପ୍ରକାଶ ରଥଙ୍କ ନେତୃତ୍ୱରେ ଜିଲ୍ଲାପାଳ ମୟୂରଭଞ୍ଜ ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଅଛି । ସୂଚନାଯୋଗ୍ୟ କି ଗତ ଜୁନ ମାସରେ ଷ୍ଟେସନ ବଜାର ଉଠାଣିଠାରେ ଦୁଇଟି ବାଇକ ଦୁର୍ଘଟଣା ମଧ୍ୟରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନୀ ଘଟିଥିଲା । ଏହା ବାରିପଦା ସହରରେ ଶୋକର ଛାୟା ଖେଳାଇ ଦେଇଥିଲା । ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯିବା ଆସିବା କରିଥାନ୍ତି । ଦିନ ତମାମ ଉକ୍ତ ରାସ୍ତା ଜନଗହଳି ଲାଗିରହିଥାଏ । ବିଶେଷକରି ସେହି ରାସ୍ତା ହାଟକୁ ସଂଯୋଗ କରୁଅଛି । ତେଣୁ ହାଟ ଦିନମାନଙ୍କରେ ଆହୁରି ଅଧିକ ଜନଗହଳି ଲାଗିଥାଏ । ରାସ୍ତା ସଂକୀର୍ଣ୍ଣ ହୋଇଯିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେବା ସହିତ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଅଛି । ମାନ୍ୟବର ଜିଲ୍ଲାପାଳ ଏବଂ ପୌର ନିର୍ବାହୀ ଅଧିକାରୀ ଅଳ୍ପ ଦିନ ଭିତରେ ଏହାର ଆଶୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଦାବୀପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳେଶ ଶର୍ମା, ଉମେଶ କୁମାର ନାୟକ, ରାହୁଲ ଶର୍ମା, ରଣଜିତ ସାହୁ, ଦିବ୍ୟସିଂ ବାରିକ, କାଳୁରାମ ବେହେରା, ସଞ୍ଜିତ ନାୟକ, ଅଜୟ ମୁଖୀ, ସୁମିତ ଘଡେଇ , ପ୍ରକାଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।