Onn 3

ଦଶହରାରେ କଟକରେ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ଭେଟ

State

md moquim

କଟକ: କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ ପରେ ଦୁଇ ନେତାଙ୍କ ଭିତରେ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଖୁବ ଶୀଘ୍ର ମୋର ନିଲମ୍ବନ ହଟିବ ଓ ୨୦୨୪ ନିର୍ବାଚନ କଂଗ୍ରେସ ଟିକେଟରେ କଟକ ବାରବାଟୀରୁ ଲଢ଼ିବି।
ସେ ଆହୁରି କହିଛନ୍ତି, ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ ଖୁସି ଲାଗିଲା। ପୂଜା ମଣ୍ଡପରେ ଏକତ୍ରିତ ହେଲୁ। ଦଳ ମୋତେ ସସ୍ପେଣ୍ଡ କରିଛି। କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ହେବ ସ୍ପଷ୍ଟ। ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା। ଯେତେ ଆକ୍ସନ ନେଲେ ବି ଅଛି ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୟିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ। ମୁଁ କଂଗ୍ରେସରୁ ଲଢ଼ିବି। କଟକ ସହର ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ। ସମସ୍ତେ ଆସନ୍ତି ଦେଖିବା ପାଇଁ। ପୂଜା ମଣ୍ଡପରେ ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସହ ଭେଟଘାଟ ହେଲା। ଉଭୟେ ପରସ୍ପରକୁ ଆଲିଙ୍ଗନ କଲୁ। ଆକସ୍ମିକ ଦେଖା ଥିଲା, କିନ୍ତୁ ଭଲ ଦେଖା ସାକ୍ଷାତ ହେଲା।