Onn 3

୭୫ତମ ଗଣତନ୍ତ୍ର ଦିବସ ପାଳନ

State

ବାରିପଦା:  ଆଦର୍ଶ ରାଷ୍ଟ୍ରଭାଷା ପରିସରରେ ମହା ସମାରୋହରେ ପାଳନ ହୋଇଯାଇଛି । ସକାଳୁ ବିଦ୍ୟାଳୟର ପିଲାମାନେ ରାମଧୁନ ସହ ସହର ପରିକ୍ରମା କରିଥିଲେ । ସକାଳ ୮:୩୦ ମିନିଟ୍ ସମୟରେ ବିଦ୍ୟାଳୟ ପରିଷରରେ ବିଶିଷ୍ଠ ସମାଜ ସେବିକା ଶ୍ରୀମତୀ ମମତା ଖଣ୍ଡେଲୱାଲଙ୍କ ଯାତୀୟ ପତାକା ଉତୋଳନ କରିବା ସହ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଉପରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସଭାପତି ବିଶିଷ୍ଟ ସମାଜ ସେବା ଓ ବ୍ୟେବସାଇ ଗୟାପ୍ରସାଦ ଖଣ୍ଡେଲୱାଲ ଗଣତନ୍ତ୍ର ଦିବସରେ ଆମର କଣ ଭୂମିକା ଉପରେ ନିଜର ମତ ରଖିଥିଲେ । ମୁଖ୍ୟ ବକ୍ତା ଡ.ଶ୍ୟାମସୁନ୍ଦର ଖଣ୍ଡେଲୱାଲ ବିଶିଷ୍ଟ ସମାଜସେବି ନାରି ଶସକ୍ତି କରଣ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ସମ୍ମନିଅ ଅତିଥି ବିଦ୍ୟାଳୟ କାର୍ଯ୍ୟକାରିଣି ସଦସ୍ୟ ଶ୍ରୀ ସୁକାନ୍ତ କୁମାର ଜୀଉ ବରିଷ୍ଠ ସାମ୍ବାଦିକ ୭୫ତମ ଗଣତନ୍ତ୍ର ଦିବସରେ ଆମେ କିପରି ନିଜକୁ ନିର୍ଭରସିଳ ହେବା ଉପରେ ପ୍ରତିପାଦନ କରିଥିଲେ । ଶ୍ରୀ ଅସୀମ କୁମାର ଚକ୍ରବର୍ତୀ ସମସ୍ତ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦି ନିବନ୍ଧ ପ୍ରତିଯୋଗିତାରେ କୃତି ପିଲାମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଓ କପ୍ ପ୍ରଦାନ କରିଥିଲେ । ବଳରାମ ଦାସ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଶ୍ରୀମତୀ ଦେବେନ୍ଦ୍ର କରୌ, ଶ୍ରୀମତୀ ଇପ୍ସିତା ଦାସ, ଶ୍ରୀମତୀ ବର୍ଷା ଦାସ, ସୁଶ୍ରୀ ରଶ୍ମିରେଖା ପଟ୍ଟନାୟକ, ସୁଶ୍ରୀ ବିସମ୍ମିତା ସେଠୀ, ଶ୍ରୀ ସନ୍ତୋଷ କୁମାର ନାୟକ, ଶ୍ରୀ ଜ୍ଞାନରଞ୍ଜନ ବାରିକ, ଶ୍ରୀ ଭାଗିରଥି କାଲିଆ ଶିକ୍ଷକ ଶିକ୍ଷୟତ୍ରି ବୃନ୍ଦ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ସମସ୍ତ ପିଲାମାନଙ୍କୁ ଚକଲେଟ୍ ବିସ୍କୁଟ୍‌, ଲଡୁ ଟଫି କାର୍ଯ୍ୟକାରଣୀ କମିଟି ତରଫରୁ ଦିଆଯାଇଥିଲା ।