Photo For The News Of Gulma

ରାସ୍ତାକଡ଼ ବିପଦ ପାଲଟିଛି

State

ଆଗରପଡ଼ା :ଆଗରପଡ଼ା-ଭଦ୍ରକ ବ୍ୟସ୍ତ ବହୁଳ ପୂର୍ତ୍ତବିଭାଗ ରାସ୍ତାରେ ପ୍ରତିଦିନ ଶତାଧିକ ଯାନବାହାନ ଚଳାଚଳ କରିଥାଏ । ଜାମବଣୀ ଛକରୁ ବରପଦା ପାଖାପାଖି ମୁଖ୍ୟ ରାସ୍ତାର ୨ପାଶ୍ୱର୍ରେ ଗୁଳ୍ମାଦି ଲତା ଭର୍ତ୍ତି ହୋଇ ଜଙ୍ଗଲ ସଦୃଶ୍ୟ ଅବସ୍ଥା ସୃଷ୍ଟି ହୋଇଛି । ଉଭୟ ପାଶ୍ୱର୍ରୁ ଆସୁଥିବା ଗାଡ଼ିଚାଳକମାନେ ପରସ୍ପରକୁ ଠିକ୍ ଭାବେ ଦେଖିନପାରି ମୁହାଁମୁହିଁ ହୋଇ ବିପଦ ଆଶଙ୍କାରେ ରହୁଛନ୍ତି । ଗୁଳ୍ମ ସହିତ ରାସ୍ତା ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।