Onn 3

ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

State

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି । ଏହାପୂର୍ବରୁ OPSCର ସଚିବ ଥିଲେ ପ୍ରମୋଦ କୁମାର। ଭୁବନେଶ୍ୱର ଉପଜିଲ୍ଲାପାଳ ଥିବା ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳ ନିର୍ଦ୍ଦେଶକ ଭାବ ନିଯୁକ୍ତ କରାଯାଇଛି।

ସେହିପରି ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି କରାଯାଇଛି। ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ ଦିଆଯାଇଛି। ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଓଏସଏସସିରେ କାର୍ଯ୍ୟରତ ଥିବା ସୂର୍ଯ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମ(OCCL)କୁ ବଦଳି କରାଯାଇଛି। ଆଠମଲ୍ଲିକ ଉପଜିଲ୍ଲାପାଳ ଥିବା ତରଣୀ ସୁନା ବଲାଙ୍ଗୀର ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି। ସେହିପରି ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଏହାପୂର୍ବରୁ ଜଗନ୍ନାଥ୍ରସାଦର ତହସିଲଦାର ଥିଲେ ମନୋଜ ତ୍ରିପାଠୀ। ଅନ୍ୟପଟେ ଧର୍ମଶାଳା ତହସିଲଦାର ଥିବା ସ୍ବାଗତ ଦାସଙ୍କୁ ବିଏମସିର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।