Onn 3

ଆସନ୍ତା ୧୫ ତାରିଖରୁ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ

sports State

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୫-୧୧-୨୦୨୩ ଠାରୁ ୧୮-୧୧-୨୦୨୩ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବ ଭାରତର ୫୬ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮୫୦ଟି ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେବେ । ଓଡ଼ିଶାରୁ ୧୨ଟି, ଛତିଶଗଡ଼ରୁ ୧୧ଟି, ପଶ୍ଚିମବଙ୍ଗରୁ ୮ଟି, ବିହାରରୁ ୮ଟି, ଉତ୍ତର ପ୍ରଦେଶରୁ ୭ଟି, ଝାଡ଼ଖଣ୍ଡରୁ ୫ଟି, ମଣିପୁରରୁ ୨ଟି ଓ ଆସାମରୁ ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଏଥିନିମନ୍ତେ ଟିମ୍‌ ଗୁଡ଼ିକୁ ମୋଟ ୪ଟି ଗୃପ୍‌ ରେ ବିଭକ୍ତ କରାଯାଇଛି ।

ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ମଗଧ ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ବି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନ୍ୟାସନାଲ୍‌ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ଏମ୍‌.ଜି. କାଶୀ ବିଦ୍ୟାପୀଠ, ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ, ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ଆଲିଆ ବିଶ୍ୱବିଦ୍ୟାଳୟ କଲିକତା, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ଉତ୍ତରପ୍ରଦେଶ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଟି.ଏମ୍‌.ଭାଗଲପୁର ବିଶ୍ୱବିଦ୍ୟାଳୟ ବିହାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟନ ବିଶ୍ୱବିଦ୍ୟାଳୟ ଆସାମ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ, ଏମ୍‌.ଏ.ଟି.ଏସ୍‌ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ. ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ।

ପ୍ରତିଦିନ ମ୍ୟାଚ୍‌ ଗୁଡ଼ିକ ସକାଳ ୭:୩୦ ରେ ଏବଂ ଅପରାହ୍ନ ୨ଟାରେ ଆରମ୍ଭ ହେବ । ମ୍ୟାଚ୍‌ର ୩୦ ମିନିଟ୍‌ ପୂର୍ବରୁ ଟିମ୍‌ ଗୁଡ଼ିକ ରିପୋର୍ଟ୍‌ କରିବେ । ଏହାର ଉଦ୍‌ଘାଟନୀ ସମାରୋହ ୧୫-୧୧-୨୦୨୩ ସକାଳ ୧୦:୦୦ ଘଣ୍ଟା ସମୟରେ ଏବଂ ଉଦ୍‌ଯାପନୀ ସମାରୋହ ୧୮-୧୧-୨୦୨୩ ଅପରାହ୍ନ ୩:୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି କ୍ରୀଡ଼ା ମହାକୁମ୍ଭର ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଥିବାରୁ ଛାତ୍ରଛାତ୍ରୀଗଣ ଓ କ୍ରୀଡ଼ାପ୍ରେମୀଗଣ ବେଶ୍‌ ଉତ୍ସାହିତ ଅଛନ୍ତି । ଏହି କ୍ରୀଡ଼ା ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ସ୍ପୋର୍ଟସ୍‌ କାଉନ୍‌ସିଲ୍‌ର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଖେଳ ଶିକ୍ଷକ, ଖେଳାଳୀଗଣ, ମୟୂରଭଞ୍ଜର ଜନସାଧାରଣ, ଜିଲ୍ଲାର ସମସ୍ତ ଅଧିକାରୀ, ଖେଳପ୍ରେମୀ ଏବଂ ସମସ୍ତ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍‌ସ୍‌ ମିଡ଼ିଆର ପ୍ରତିନିଧିମାନଙ୍କ ସହଯୋଗ କାମନା କରୁଛନ୍ତି ।