ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତଃ ମଲିକ ଦେଶ ର ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇ ବହୁବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ । କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଅନ୍ୟପଟେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।