Onn 3

ରାଜ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

State

ଭୁବନେଶ୍ୱର: ଆଜି  ଆନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ, ଦେଶ ତଥା ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଭାରତ ବିକାଶ ପରିଷଦ ସଦସ୍ୟମାନେ ଯୋଗାଭ୍ୟାସ କରୁଛନ୍ତି। ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ। ତେଣୁ ନିଜକୁ ସୁସ୍ଥ ଓ ଶୁଦ୍ଧ ରଖିବା ପାଇଁ ସକାଳର ଆରମ୍ଭ ଯୋଗରୁ ହୁଏ। ଏଠାରେ ବିଭିନ୍ନ ଆସନ ସମେତ ସୂର୍ଯ୍ୟାସନ ଓ ହସକ୍ରିୟା କରୁଛନ୍ତି। ଖୁବ ଜୋରରେ ମନଖୋଲା ହସ ହସିଛନ୍ତି ସମସ୍ତ ସଦସ୍ୟ।

ଠିକ୍ ସେହିପରି ପଟିଆ କିଟ୍ ଜଗନ୍ନାଥ ମନ୍ଦିର ନିକଟସ୍ଥ ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଏକ ବଡ଼ ଧରଣର ଯୋଗ ଶିବିର ଆୟୋଜିତ ହୋଇଛି। ଭୁବନେଶ୍ୱର ଫିଟନେସ କ୍ଲବରେ ଆୟୋଜିତ ଏହି ଶିବିରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କ୍ଲବର ସଦସ୍ୟ ଓ ସ୍ଥାନୀୟ ଜନତା ସକାଳୁ ଯେଗାଭ୍ୟାସ କରିଥିଲେ। ଏହି ଅବସରରେ ଜଣେ ପ୍ରତିଷ୍ଠିତ ସାଧୁଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ବକ୍ତବ୍ୟ କାର୍ଯକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଯୋଗ ଶିବିର ପାଇଁ ପ୍ରାୟତଃ ତିନି ମାସ ଆଗରୁ ଯୋଗ ପ୍ରଶିକ୍ଷକ ତଥା ଫ୍ଲାଇଙ୍ଗ ଅଫିସର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ, ବିଭୂତି ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବହୁ ମାତ୍ରାରେ କ୍ଲବର ସଦସ୍ୟ ଓ ସ୍ଥାନୀୟ ସାଧାରଣ ଜନତା ଯୋଗ ଅଭ୍ୟାସ ଜାରି ରଖିଥିଲେ ଏବଂ ଆଜି ଯୋଗ ଶିବିରର ସମସ୍ତ ଶ୍ରେୟ ତାଙ୍କର ବୋଲି କ୍ଲବର ସମସ୍ତ ସଦସ୍ୟ ମତ ଦେଇଥିଲେ।

ଏଥିରେ କ୍ଲବର ସଭାପତି ଜିତେନ୍ଦ୍ର ପାତ୍ର ଓ ସମ୍ପାଦକ ରଶ୍ମୀରଞ୍ଜନ ସ୍ବାଇଁଙ୍କ ଛଡ଼ା ସତିଶ ସାମଲ, ସୁବ୍ରତ ମହାନ୍ତି, ଦିନେଶ ରାୟ, ଗୋପୀନାଥ ନାୟକ, ସନ୍ତୋଷ ହଋ ଛୋଟରାୟ, ବୈକୁଣ୍ଠ ପ୍ରଧାନ, ଅଞ୍ଜନ ମହାନ୍ତି, ଲକ୍ଷ୍ମୀଧର ସାହୁ ଓ ତଟନ ପ୍ରଧାନ ମଧ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ଯୋଗ ପ୍ରଶିକ୍ଷକ ଫ୍ଲାଇଙ୍ଗ ଅଫିସର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ, ବିଭୂତି ଭୂଷଣ ମହାପାତ୍ର, ଜୁମ୍ବା ପ୍ରଶିକ୍ଷକ ଦିଲୀପ, ସ୍ମୃତି, ଏରୋବିକ ପ୍ରଶିକ୍ଷକ ଶିଶିର ସାହୁ ସମସ୍ତଙ୍କୁ ଯୋଗ ପାଇଁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କ ମଧ୍ୟରେ ଥିଲେ ସ୍ବାମୀ ସୁଧାନନ୍ଦ, ସୁରେଶ ଚନ୍ଦ୍ର ନାୟକ (ଡିଜି) ଲାୟନ୍ସ କ୍ଲବ, କୁନ ବିହାରୀ ଦାସ, (ଅଧ୍ୟକ୍ଷ) ୟୁଥ ଆଫାଏର୍ସ, ମୁନୁ ନନ୍ଦ ଏସ ଜେ ଡେଭଲପର୍ସର ନିର୍ଦେଶକ ଡକ୍ଟର ନୀଳମାଧବ ଜେନା, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅନିରୁଦ୍ଧ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ଏଣେ ଜୟପୁର ସହରର ଆମ୍ୟୁଜମେଣ୍ଟ ପାର୍କରେ ଯୋଗ ଶିବିର ଆୟୋଜନ କରାଯାଇଛି। ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଓ ପତଞ୍ଜଳି ସମିତିର କର୍ମକର୍ତ୍ତା ଉପସ୍ଥିତ ରହି ଯୋଗ ଶିଖାଉଛନ୍ତି।