Onn 3

ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

State

ବାରିପଦା: ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୩-୨୪ର ପୁରସ୍କାର ବିତରଣ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠାନର ସଭାପତି ଇଂ ପ୍ରଭାସ କୁମାର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିଦ ଡ. ସମୀର ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଡ. ଆଦିତ୍ୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଉତ୍ତମ ଚରିତ୍ର ନିର୍ମାଣ କରିବା ଦ୍ଵାରା ସଫଳତାର ଶୀର୍ଷକୁ ସ୍ପର୍ଶ କରିବାର ସୂତ୍ରପାତ କରିଥିଲେ । ବାର୍ଷିକ କ୍ରୀଡ଼ାରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଦ୍ଵାଦଶ ଶ୍ରେଣୀର ଛାତ୍ରଛତ୍ରୀମାନେ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷା ଅଙ୍କିତା ବାରିକ୍, ଅଧ୍ୟାପକ ଡ. ଆଦର୍ଶ ଶତପଥୀ ଓ ରମାକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିତାଇ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ସୋନାଲି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ I