Onn 3

ପିକ୍ ଅପ୍- ବାଇକ ଧକ୍କା, ଦୁଇ ମୃତ

State

ବାରିପଦା: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨୨୦ନମ୍ବର ଜାତୀୟ ରାଜପଥ ଗଢ ଛକ ନିକଟରେ ଏକ ଠିକ୍ ଅପ୍ ଭେନ ସହ ବାଇକ୍ ର ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କୟ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ହାଟ ବେପାର କରି ଏକ ପିକଅପ ଭେନ ରାଇରଙ୍ଗପୁର ଆଡ଼କୁ ଆସୁଥିବାବେଳେ ଦୁଇ ବାଇକ ଆରୋହୀ ଙ୍କ ସହ ପିକ ଅପ୍ ଭେନର ଧକ୍କା ହୋଇଥିଲା ।ବାଇକ ଆରୋହୀ ଦୁଇ ଜଣ ଯାକ ରାସ୍ତାରେ ଛିଟିକି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।୧୦୮ ଆମ୍ବୁଲାନ୍ସରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ସେଠାରେ ହରିଶ ବେହେରା (୨୦)ଜଣଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟ ଜଣେ କାରୁ ମାଝୀ ( କାରୁ) (୨୦)ଘର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଲିପିଘୁଟୁ ସାହି ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଥିଲା । ରାସ୍ତାରେ ତାଙ୍କର ମଧ୍ୟ ପ୍ରାଣବାୟୁ ଉଡି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା କେଶ ନମ୍ବର ୫୯/୨୪ ରୁଜୁ କରିବା ସହ ସୋମବାର ଦିନ ଶବକୁ ବ୍ୟବଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି । ସେହିଭଳି କାରୁ ର ମୃତଦେହ ବାରିପଦା ସଦର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ହରିଶ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ ,ଵଂଧୁପ୍ରେମୀ ଯୁବକ ଥିଲେ ଗଢ ଗ୍ରାମରେ ଲିପୁନ ନାମରେ ପରିଚିତ ।ତାଙ୍କର ମୃତ୍ୟୁ ରେ ଗଢ ଗ୍ରାମର ସମେତ ସମସ୍ତ ଜ୍ଞାତି ପରିଜନ,ଵଂଧୁଵର୍ଗଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି ।